ଉତ୍କଳ କରାଟେ ସ୍କୁଲର ୬ ପ୍ରଶିକ୍ଷକ ନିଲମ୍ବିତ

ଭୁବନେଶ୍ବର: ସ୍କୁଲ୍ ବିରୋଧୀ କାର୍ଯ୍ୟକଳାପ ଏବଂ ବିଶୃଙ୍ଖଳିତ ଆଚରଣ ଲାଗି ଉତ୍କଳ କରାଟେ ସ୍କୁଲର ବାଲୁଗାଁ ଶାଖାରୁ ସୌମ୍ୟ ରଞ୍ଜନ ନାୟକ, ବିଭୂତି ଭୂଷଣ ‌ବୈଦ୍ୟ, ବିଜୁ ବିଶ୍ବାସ ଓ ସୁକାନ୍ତ ଘଡ଼େଇ ଏବଂ ଟାଙ୍ଗୀ ଶାଖାର ପୀତାବାସ ମାନ ସିଂହ ଓ ଡୃଷୀକେଶ ମାନ ସିଂହଙ୍କୁ ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଓ ରିଆକ୍ଟ (ଆତ୍ମରକ୍ଷା) ପ୍ରଶିକ୍ଷକ ପଦରୁ ନିଲମ୍ବିତ କରାଯାଇଛି। ଏଣୁ ସେମାନେ କୌଣସି ସ୍ଥାନରେ ଉତ୍କଳ କରାଟେ ଓ ରିଆକ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣର ନାମ ବ୍ୟବହାର କରିପାରିବେ ନାହିଁ। ଉତ୍କଳ କରାଟେ ସ୍କୁଲ ଓ ରିଆକ୍ଟ ଆତ୍ମରକ୍ଷା ପ୍ରଶିକ୍ଷଣ ସହ ଏହି ୬ଜଣଙ୍କର କୌଣସି ସଂପର୍କ ନାହିଁ। ଭବିଷ୍ୟତରେ ଏମାନଙ୍କ ଦ୍ବାରା କୌଣସି କାର୍ଯ୍ୟକ୍ରମ ପାଇଁ ଉତ୍କଳ କରାଟେ ସ୍କୁଲ ଉତ୍ତରଦାୟୀ ରହିବ ନାହିଁ ବୋଲି ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ସିହାନ ହରି ପ୍ରସାଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର