କଶ୍ମୀରକୁ ନେଇ ଗମ୍ଭୀର-ଆଫ୍ରିଦି କଳି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ନେଇ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଓ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦି ଆଫ୍ରିଦି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଅନେକ ଥର ପରସ୍ପରକୁ ସମାଲୋଚନା କରିଥିବା ଗମ୍ଭୀର ଓ ଆଫ୍ରିଦିଙ୍କ ମଧ୍ୟରେ ଏଥିନେଇ ଆଉ ଏକ ଟ୍ବିଟର ଯୁଦ୍ଧ ଆରମ୍ଭ ହୋଇ ଯାଇଛି। କଶ୍ମୀରବାସୀଙ୍କ ଉପରେ ଭାରତ ଅତ୍ୟାଚାର କରୁଛି। ମିଳିତ ଜାତିସଂଘ ଏଥିରେ ହସ୍ତକ୍ଷେପ କରିବା ଉଚିତ। ମୁଁ ଜାଣି ପାରୁନି ଜାତିସଂଘ କାହିଁକି ଶୋଇ ରହିଛି? ବୋଲି ଆଫ୍ରିଦି ଟ୍ବିଟ୍ କରିଥିଲା ବେଳେ ଗମ୍ଭୀର ଏହାର ପାଲଟା ଜବାବ ଦେଇ ଲେଖିଛନ୍ତି ଯେ ଆଫ୍ରିଦି ତୁମେ ପୂରା ଠିକ୍ କହିଛ। ସେଠାରେ ଏକପାଖିଆ ଆକ୍ରମଣ ହେଉଛି। ମାନବିକତାକୁ ହତ୍ୟା କରାଯାଉଛି। ତୁମେ ଏକଥା‌ ପଦାକୁ ଆଣିଥିବାରୁ ଧନ୍ୟବାଦର ପାତ୍ର। ହେଲେ କେବଳ ଗୋଟିଏ କଥା ତୁମେ ଭୁଲି ଯାଇଛ। ଏସବୁ କଥା ପାକ୍ ଅଧିକୃତ କଶ୍ମୀରରେ ହେଉଛି। ବ୍ୟସ୍ତ ହୁଅନି। ଆମେ ଏସବୁ ଖୁବଶୀଘ୍ର ଠିକ୍ କରିଦେବୁ।

ସମ୍ବନ୍ଧିତ ଖବର