ଆଇପିଏଲ : ଗୁଜରାଟ ମାତ୍ର ୮୯ ରନରେ ଅଲଆଉଟ୍, ଦିଲ୍ଲୀ ଆଗରେ ୯୦ ରନର ଲକ୍ଷ୍ୟ

ଅହମଦାବାଦ: ଆଇପିଏଲରେ ଲଜ୍ଜାଜନକ ପ୍ରଦର୍ଶନ କରିଛି ଗୁଜରାଟ ଟାଇଟନ୍ସ । ଦଳ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଯାଇଛି। ଏହାକୁ ଆଇପିଏଲ ଇତିହାସରେ ଗୁଜରାଟର ସବୁଠାରୁ କମ ସ୍କୋର କୁହାଯାଉଛି । ଏହା ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୯୦ ରନର ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଅଧିନାୟକ ଶୁଭମନ ଗିଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ସେହିପରି ଓପନର ରିଦ୍ଧିମାନ ଶାହା ମାତ୍ର ୨ ରନ କରି ଆଉଟ ହୋଇଥିଲେ । ଡେଭିଡ ମିଲର ମାତ୍ର ୨ ରନ, ସାଇ ସୁଦର୍ଶନ ୧୨ ରନ, ରାହୁଲ ତେଓ୍ବାତିଆ ୧୦, ଅଭିନଭ ମନୋହର ୮ ରନ, ଶାହରୁଖ ଖାଁ ୦ କରିଥିଲେ । କେବଳ ରସିଦ ଖାଁ କିଛି ସମୟ କ୍ରିଜରେ ତିଷ୍ଠି ୩୧ ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ଦଳ ସଂପୂର୍ଣ୍ଣ ୧୦ ଓଭର ମଧ୍ୟ ଖେଳିପାରିନଥିଲା ଓ ୧୭.୩ ଓଭରରେ ୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରିଷ୍ଟେନ ଷ୍ଟବ୍ସ ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର