ଛୋଟ ସହରରେ ମ୍ୟାଚ୍‌ ଖେଳାଯିବା ଉପରେ ହରଭଜନଙ୍କ ଗୁରୁତ୍ବ

କୋଲକାତା : ଆସନ୍ତା ୨୨ ତାରିଖରେ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିବା-ରାତ୍ର ମ୍ୟାଚ୍ ପାଇଁ ଉଭୟ ଦଳ କୋଲ୍‌କାତାରେ ପହଞ୍ଚି ସାରିଥିବା ବେଳେ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ହୋଇସାରିଛି। ମ୍ୟାଚ୍‌ର ପ୍ରଥମ ଚାରିଦିନ ପାଇଁ ସମସ୍ତ ଟିକେଟ୍ ବିକ୍ରି ହୋଇସାରିଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହି ପରିପ୍ରେକ୍ଷୀରେ ଭାରତର ଅଫ୍ ସ୍ପିନର ହରଭଜନ ସିଂହ କିନ୍ତୁ ଭିନ୍ନ କଥା କହୁଛନ୍ତି। ଟେଷ୍ଟ୍‌ କ୍ରିକେଟ୍ ଦେଖିବା ପାଇଁ ଗୋଲାପି ବଲ୍ ସଂଖ୍ୟାଧିକ ଲୋକଙ୍କୁ ଆକୃଷ୍ଟ କରିପାରିବ ବୋଲି ମୁଁ ଭାବୁନି। ବରଂ ଟେଷ୍ଟ୍‌ ମ୍ୟାଚ୍‌କୁ ଛୋଟ ଛୋଟ କେନ୍ଦ୍ରକୁ ନିଆଗଲେ ସେଠାରେ ହୁଏତ ଲୋକମାନେ ତାଙ୍କ ପ୍ରିୟ ଖେଳାଳିଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ଭିଡ଼ ଜମାଇପାରନ୍ତି। ଫଳରେ ଟେଷ୍ଟ୍‌ ମ୍ୟାଚ୍‌ରେ ଅଧିକ ଦର୍ଶକଙ୍କ ଉପସ୍ଥିତି ମଧ୍ୟ ରହିପାରିବ ବୋଲି ହରଭଜନ ମତ ଦେଇଛନ୍ତି।

ହରଭଜନଙ୍କ କହିବା କଥା, ଛୋଟ ଛୋଟ କେନ୍ଦ୍ରରେ ଟେଷ୍ଟ୍‌ କ୍ରିକେଟ୍ ଖେଳାଗଲେ ଲୋକମାନେ ଅଧିକମାତ୍ରାରେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌କୁ ଆସିବେ। ଗୋଲାପି ହେଉ କି ଲାଲ୍ ବଲ୍, ଟ୍ବେଣ୍ଟି-୨୦ ହେଉ ବା ଟେଷ୍ଟ୍, ସେମାନଙ୍କୁ କିଛି ବି ଫରକ ପଡ଼େନାହିଁ। ବଡ଼ ବଡ଼ କେନ୍ଦ୍ରରେ ଖେଳ ହେଲେ ଅଧିକ ଲୋକ ଯେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍‌କୁ ଆସିବେ ତାର କୌଣସି ନିର୍ଦ୍ଧିଷ୍ଟତା ନାହିଁ। ତେଣୁ ଟେ‌ଷ୍ଟ ମ୍ୟାଚ୍‌କୁ ଛୋଟ ଛୋଟ କେନ୍ଦ୍ରରେ କରାଯିବା ଉପରେ ହରଭଜନ ଗୁରୁତ୍ବ ଦେଇଛନ୍ତି।

ସମ୍ବନ୍ଧିତ ଖବର