କୋହଲି, ବୁମ୍‌ରା ବିଶ୍ବକପ୍‌ରେ ଭାରତର ମଙ୍ଗ ଧରିବେ: ହୋଲ୍‌ଡିଂ

ନୂଆଦିଲ୍ଲୀ: ଭାରତ ଜୁନ୍‌ ୫ ତାରିଖରେ ଦକ୍ଷଣ ଆଫ୍ରିକା ବିପକ୍ଷରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଭାରତ ମଙ୍ଗ ଧରିବେ ବୋଲି କହିଛନ୍ତି କିମ୍ବଦନ୍ତୀ ଓେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟ୍‌ର ମାଇକେଲ୍‌ ହୋଲ୍‌ଡିଂ। ଇଂଲଣ୍ଡ ପଛକୁ ଭାରତ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହି ବିଶ୍ବକପ୍‌ ଖେଳିବାକୁ ଆସିଛି। ଏହି ଦଳ ନିକଟରେ ଦୁଇ ଜଣ ବିପଦ ପୂର୍ଣ୍ଣ ଖେଳାଳି ‌କୋହଲି ଓ ରୋହିତ ଶର୍ମା ଅଛନ୍ତି। ଏମାନେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ବକପ୍‌ରେ ସବୁ ବିପକ୍ଷ ବୋଲର୍‌ଙ୍କ ନିଦ ହଜାଇବାର ଦକ୍ଷତା ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କୋହଲି ଓ ବୁମ୍‌ରାଙ୍କ ପାଖରେ ଯେଉଁପ୍ରକାର ଗୁଣ ରହିଛି ଭାରତକୁ ବିଜୟ ଦେବାରେ ଯଥେଷ୍ଟ ହେବ। ଏମାନେ ଦୁହେଁ ଗତ ଦୁଇ ବର୍ଷରେ ନିଜ ନିଜ ସ୍ଥାନରେ ଶ୍ରେଷ୍ଠ ଦେଇଛନ୍ତି। ଗତ ୪ ବର୍ଷରେ କୋହଲି ୭୮.୨୯ ହାରରେ ୪୩୦୬ ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ବ ବୋଲିଂ ମାନ୍ୟତାର ଶୀର୍ଷ‌ରେ ଥିବା ବୁମ୍‌ରା ୪୯ ମ୍ୟାଚ୍‌ରୁ ୨୨.୧୫ ହାରରେ ୮୫ ‌ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି। ଇକୋନୋମି ୪.୫୧ ଥିଲା ବେଳେ ଶେଷ ଉଭରଗୁଡ଼ିକରେ ତାଙ୍କର ବୋଲିଂ ଚମତ୍କାର ରହିଛି।

ସମ୍ବନ୍ଧିତ ଖବର