ନଟିଂହାମ ଟେଷ୍ଟରେ ଇଂଲାଣ୍ଡକୁ ୨୦୩ ରନରେ ହରାଇଲା ଭାରତ, ବିରାଟ ମ୍ୟାନ ଅଫ ଦି ମ୍ୟାଚ

ନଟିଂହାମ : ନଟିଂହାମ ଟେଷ୍ଟରେ ଭାରତ ଇଂଲାଣ୍ଡକୁ ୨୦୩ ରନରେ ହରାଇଦେଇଛି । ଗତକାଲି ମ୍ୟାଚର ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲାଣ୍ଡ ଦଳ ୯ ଓ୍ବିକେଟ ହରାଇ ୩୧୧ରନ ସଂଗ୍ରହ କରିଥିଲା । ଆଜି ଭାରତ ବିଜୟ ପାଇଁ ମାତ୍ର ଗୋଟିଏ ଓ୍ବିକେଟ ଆବଶ୍ୟକ କରୁଥିଲା ଯାହାକି ଭାରତୀୟ ଦଳ ମାତ୍ର ୧୦ମିନିଟରେ ହାସଲ କରିନେଇଥିଲା । ଏହି ବିଜୟ ଫଳରେ ଭାରତ ଏହି ୫ ଟିକିଆ ଟେଷ୍ଟ ସିରଜରେ ୨-୧ରେ ପଛୁଆ ଅଛି । ପ୍ରଥମ ଦୁଇଟି ଟେଷ୍ଟରେ ଇଂଲାଣ୍ଡ ବିଜୟୀ ହୋଇଥିଲା । ଇଂଲାଣ୍ଡ ଆଗରେ ଭାରତ ୫୨୧ ରନର ବିଜୟ ଲକ୍ଷ୍ୟ ସ୍ଥାପନ କରିଥିବାବେଳେ ଜସପ୍ରିତ ବୁମରାଙ୍କ ଘାତକ ବୋଲିଂକୁ ଇଂଲାଣ୍ଡର ବ୍ୟାଟ୍ସମ୍ୟାନମାନେ ସାମନା କରିପାରିନଥିଲେ । ବୁମରା ୮୫ ରନ ଦେଇ ୫ଟି ଓ୍ବିକେଟ ନେଇଥିବାବେଳେ ଇଶାନ୍ତ ଶର୍ମା ୭୦ ରନ ଦେଇ ୨ଟି ଓ୍ବିକେଟ ନେଇଥିଲେ । ଇଂଲାଣ୍ଡ ତରଫରୁ ଜସ ବଟଲର ଆକର୍ଷଣୀୟ ୧୦୬ ରନ କରିଥିଲେ । ଭାରତ ପ୍ରଥମ ଇଂନିସରେ ୩୨୯ ଓ ଦ୍ବିତୀୟ ଇନିଂସରେ ୩୫୨/୭ କରି ପାଳି ସମାପ୍ତି ଘୋଷଣା କରିଥିଲା । ଇଂଲାଣ୍ଡ ପ୍ରଥମ ଇନିଂସରେ ୧୬୧ ରନ କରିଥିଲା । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର