ଏସୀୟ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ବଜରଙ୍ଗ ପୁନିଆ

ଜାକର୍ତା: ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଶନିବାର ଠାରୁ ଆରମ୍ଭ ହୋଇଥିବା ୧୮ତମ ଏସୀୟ କ୍ରୀଡ଼ାରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଅଲମ୍ପିକ ପରେ ଦ୍ୱିତୀୟ ବୃହତ୍ତ କ୍ରୀଡ଼ା ମହୋତ୍ସବର ୨ୟ ଦିବସ ରବିବାର ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ବଜରଙ୍ଗ ପୁନିଆ ଭାରତକୁ ଗୌରବାନ୍ଵିତ କରିଛନ୍ତି।

ବଜରଙ୍ଗ ପୁନିଆ କୁସ୍ତିରେ ଏହି ପଦକ ଜିତିଛନ୍ତି। ସେ ୬୫ କିଲୋ ଫ୍ରି ଷ୍ଟାଇଲରେ ଜାପାନର ପ୍ରତିଦ୍ୱନ୍ଦୀ ତାକାତାନୀ ଦାୟଚୀଙ୍କୁ ପରାସ୍ତ କରିଛନ୍ତି ଏକ ରୋମାଞ୍ଚକର ମୁକାବିଲାରେ ବଜରଙ୍ଗ ପୁନିଆ ୩-୧ରେ ଜାପାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି। ସେମିଫାଇନାଲରେ ବଜରଙ୍ଗ ମଙ୍ଗୋଲିଆର ବାଟମଗନାଇ ବ୍ୟାଟଚୁଲୁନଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।

ବଜରଙ୍ଗ ଇଚିୟନ-୨୦୧୪ରେ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ସେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ବହୁ ପରିଶ୍ରମ କରିଛନ୍ତି। ଏହା ପୂର୍ବରୁ ଏସୀୟ କ୍ରୀଡ଼ା ୨୦୧୮ରେ ଭାରତକୁ ସୁଟିଙ୍ଗରେ ପ୍ରଥମ ପଦକ ମିଳିଛି। ୧୦ ମିଟର ଏୟାର ରାଇଫଲ ମିକ୍ସ ଟିମ ପ୍ରତିଯୋଗିତାରେ ଭାରତର ଅପୂର୍ବୀ ଚନ୍ଦୋଲା ଓ ରବି କୁମାରଙ୍କ ଯୋଡ଼ି କାଂସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର