ଆଇପିଏଲ୍‌ ୧୨: ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୫୯ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଜୟପୁର: ରାଜସ୍ଥାନ ରୟାଲସ୍‌କୁ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୫୯ ରନ୍‌ ଟାର୍ଗେଟ ଦେଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାର୍ଥିବ ପଟେଲଙ୍କ ଅର୍ଦ୍ଧଶତକ (୬୭ ରନ୍‌, ୪୧ ବଲ, ୯ ଚୌକା ଓ ୧ ଛକା) ବଳରେ ରୟାଲ ଚ୍ୟାଲେଞ୍ଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୫୮ ରନ୍‌ କରିଛି। ଟସ୍‌ ଜିଣି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେବା ପରେ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା।

ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁରୁ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ସ୍କୋର ୪୯ ରନ୍‌ରେ ୬.୩ ଓଭରରେ ବେଙ୍ଗାଲୁରୁକୁ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି (୨୩ ରନ୍‌, ୨୫ ବଲ୍‌, ୩ ଚୌକା) କରି ଶ୍ରେୟସ ଗୋପାଳଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସ୍କୋର ୭୧ ରନ୍‌ରେ ଏବି ଡିଭିଲିୟର୍ସ (୧୩ ରନ୍‌, ୯ବଲ, ୨ ଚୌକା) ଶ୍ରେୟସ ଗୋପାଳଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସିମ୍‌ରନ ହେଟମେୟର ମାତ୍ର ୧ ରନ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ସ୍କୋର ୧୨୬ ରନ୍‌ ଥିଲା।

ସମ୍ବନ୍ଧିତ ଖବର