ଆଇପିଏଲ୍‌: କ୍ୱାଲିଫାୟର-୧ ମ୍ୟାଚ୍‌ରେ ଟସ୍‌ ଜିଣି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୨ ସଂସ୍କରଣର କ୍ୱାଲିଫାୟର ମ୍ୟାଚ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନସ୍‌ ମଧ୍ୟରେ ଖେଳାଯାଉଛି। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ମୁମ୍ବାଇକୁ ବୋଲିଂ ପାଳି ମିଳିଛି।

ଚଳିତ ଆଇପିଏଲ୍‌ରେ ଉଭୟ ମୁମ୍ବାଇ ଓ ଚେନ୍ନାଇ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳି ୯-୯ଟି ମ୍ୟାଚ ଜିତିଛନ୍ତି। ଉଭୟ ଟିମ୍‌ଙ୍କୁ ୧୮-୧୮ ପଏଣ୍ଟ ମିଳିଛି କିନ୍ତୁ ପ୍ରଦର୍ଶନରେ ମୁମ୍ବାଇର ସାମାନ୍ୟ ଭଲ ଥିବାରୁ ଅଙ୍କ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗସ୍‌କୁ ଅଙ୍କ ତାଲିକାରେ ୨ୟ ସ୍ଥାନ ମିଳିଛି।

ଲିଗ୍‌ ପର୍ଯ୍ୟାୟରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି। ମୁମ୍ବାଇରେ ଏପ୍ରିଲ ୩ରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୦ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୮ଟି ଓ୍ଵିକେଟ ହରାଇ ୧୩୩ ରନ୍‌ରେ ଆତ୍ମସମର୍ପଣ କରିଥିଲା। ସେହିପରି ଏପ୍ରିଲ ୨୬ରେ ଚେନ୍ନାଇରେ ହୋଇଥିବା ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ ୪୬ ରନ୍‌ରେ ଧୋନିଙ୍କ ଟିମ୍‌କୁ ପରାସ୍ତ କରିଥିଲା। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ଵିକେଟ ହରାଇ ୧୫୫ ରନ କରିଥିଲା। ଜବାବରେ ଚେନ୍ନାଇ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୦୯ ରନ୍‌ କରିଥିଲା। ଏହି ମ୍ୟାଚରେ ଧୋନି ଖେଳି ନଥିଲେ।

ସମ୍ବନ୍ଧିତ ଖବର