ଆଇଡବ୍ଲ୍ୟୁଏଏସ୍‌ ବିଶ୍ବ କ୍ରୀଡ଼ା, ପ୍ରମୋଦଙ୍କୁ ୩ ପଦକ

ଭୁବନେଶ୍ବର: ୟୁଏଇର ସାରଜାରେ ଚାଲିଥିବା ଆଇଡବ୍ଲ୍ୟୁଏଏସ୍‌ ବିଶ୍ବ କ୍ରୀଡ଼ାରେ ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ଓଡ଼ିଆ ପୁଅ ପ୍ରମୋଦ ଭଗତ ‌୨ ସ୍ବର୍ଣ୍ଣ ଓ ‌ଗୋଟିଏ ରୌପ୍ୟ ସହ ୩ ପଦକ ଜିତିଛନ୍ତି। ସେ ଏକକ ଓ ମିଶ୍ରିତ ଯୁଗଳରେ ସ୍ବର୍ଣ୍ଣ ଏବଂ ପୁରୁଷ ଯୁଗଳରେ ରୌପ୍ୟ ଜିତିଥିଲେ। ଗୁରୁବାର ପୁରୁଷ ଏକକ ଫାଇନାଲ୍‌ରେ ପ୍ରମୋଦ ୨୧-୧୮, ୨୧-୧୫ରେ ଥାଇଲାଣ୍ଡର ବୁନସୁନ ମଙ୍ଗଖୋନଙ୍କୁ ହରାଇଥିଲେ। ସେହିଭଳି ମିଶ୍ରିତ ଯୁଗ‌ଳ ଫାଇନାଲ୍‌ରେ ସେ ପାରୁଲ ପରମାରଙ୍କୁ ସାଥୀ କରି ୨୧-୪, ୨୧-୧୩ରେ ଥାଇଲାଣ୍ଡ୍‌ର ବୁନସୁନ ମଙ୍ଗାଖୋନ ଓ ସମବଙ୍କନଙ୍କୁ ପରାସ୍ତ କରିଥିଲେ। ତେବେ ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୧୪-୨୧, ୧୩-୨୧ରେ ଥାଇଲାଣ୍ଡ ଯୋଡ଼ି ବତଚରଫୋନେ ଓ ପ୍ରିଚା ସୋମସିନଙ୍କଠୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧିତ ଖବର