ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ପ୍ରତିଦିନ କିଛି ଶିଖୁଛନ୍ତି ଭାରତୀୟ ବୋଲର

ମେଲବର୍ଣ୍ଣ: ଭାରତୀୟ ଯୁବ ଦ୍ରୁତ ବୋଲର ଖଲିଲ ଅହମଦ୍‌ ନିଜର ପ୍ରଥମ ଅଷ୍ଟ୍ରେଲିଆ ଗସ୍ତରେ ପ୍ରତିଦିନ କିଛି ନା କିଛି ଶିଖୁଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ପିଚ୍‌ରେ ବରିଷ୍ଠ ବୋଲର ଭୁବନେଶ୍ୱର କୁମାର ତାଙ୍କୁ ସହାୟତା ଦେଉଛନ୍ତି। ଖଲିଲ ଶୁକ୍ରବାର ଡ୍ର ଟି-୨୦ ମ୍ୟାଚରେ ୨ଟି ଓ୍ଵିକେଟ ନେଇଥିଲେ।

ଖଲିଲ ଅହମଦ କହିଛନ୍ତି, ୱେଷ୍ଟଇଣ୍ଡିଜ ବିପକ୍ଷରେ ଏସିଆ କପରେ ଆମେ ଉପମହାଦୀପ ପିଚରେ ଖେଳିଛୁ। ଅଷ୍ଟ୍ରେଲିଆରେ ଅଧିକ ଅଭ୍ୟାସ ମ୍ୟାଚରେ ନ ଥିଲେ। ତେଣୁ ବଲ କେମିତି ପଡିବ ଏ ନେଇ ଚିନ୍ତିତ ଥିଲେ। ସେ କହିଛନ୍ତି ଏଠାରେ ଖେଲିବା ସହଜ ନଥିଲା। ବିନା ଅଭ୍ୟାସରେ ଟି-୨୦ ଖେଳିବା ସହଜ ନୁହେଁ। ଅଷ୍ଟ୍ରେଲିଆ ଭଳି ଟିମ ବିପକ୍ଷରେ ବୋଲିଂ କରିବା କଠିନ କାମ। ଖଲିଲ କହିଛନ୍ତି, ବିଗତ କିଛି ମାସରେ ମୁଁ ବହୁତ ଶିଖିଛି। ଭୁବନେଶ୍ୱର କୁମାର ଭଳି ବରିଷ୍ଠ ବୋଲରଙ୍କ ଠାରୁ ସହାୟତା ମିଳିଛି।

ସୂଚନାଯୋଗ୍ୟ ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ ଓ ଡାଭିଡ ଓ୍ଵାର୍ଣ୍ଣରଙ୍କ ବିନା ଖେଳୁଥିବା ଅଷ୍ଟ୍ରେଲିଆ ଟିମ ବିରୋଧରେ ୩ ଫର୍ମାଟ (ଟି-୨୦, ଦିନିକିଆ ଓ ଟେଷ୍ଟ)ରେ ଶୃଙ୍ଖଳା ଜିତିବା ବିରାଟ କୋହଲିଙ୍କ ଲକ୍ଷ୍ୟ ଆରମ୍ଭରୁ ବିଫଳ ହୋଇଛି।

ସମ୍ବନ୍ଧିତ ଖବର