ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ଓ କଳାକାର ପ୍ରସ୍ତୁତ

ଚନ୍ଦ୍ରଶେଖରପୁର: ୨୨ତାରିଖରେ ଉଦଘାଟିତ ହେବାକୁ ଥିବା ଖେଲୋ ଇଣ୍ଡିଆ ଉଦ୍‌ଘାଟନୀ ଉତ୍ସବ ପାଇଁ ଅନୁଷ୍ଠିତ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟ ଅଭ୍ୟାସ କରିଛନ୍ତି ସମସ୍ତ କଳାକାର। ଆଜି ସମସ୍ତ କଳାକାର ନିଜ ଦଳ ଓ ଆନୁସଙ୍ଗିକ ଉପକରଣ ସହ ଭଲଭାବରେ ନୃତ୍ୟ ଅଭ୍ୟାସ କରି ପରିଚାଳକମାନଙ୍କ ମନ ଜିତିଛନ୍ତି। ଯାହାକୁନେଇ କଟକ ଇନ୍‌ଣ୍ଡୋର ଷ୍ଟାଡ଼ିୟମ୍ ହୋଇ ଉଠିବ ଉତ୍ସବ ମୁଖର। ଏହି ଉତ୍ସବରେ ଆକର୍ଷଣ ହେବେ ଓଲିଉଡ଼୍ ଓ ବଲିଉଡ଼୍ କଳାକାର। ନୃତ୍ୟ ଗୀତ ଓ ବାଦ୍ୟଯନ୍ତ୍ରର ତାଳେ ତାଳେ ଝୁମିବେ ଶତାଧିକ କଳାକାର। ବହୁ ଆଡ଼ମ୍ବରରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଥିବା ନେଇ ଇନ୍‌ଣ୍ଡୋର ଷ୍ଟାଡିୟମ୍‌ ମଧ୍ୟଭାଗରେ ନିର୍ମାଣ କରାଯାଇଛି ଏକ ବିରାଟକାୟ ଥ୍ରିଡି ମଞ୍ଚ। ଯେଉଁଥିରେ ବର୍ତମାନ କିସ୍’ ଓ କଟକର କିଛି ନୃତ୍ୟ କଳାକାର ଅଭ୍ୟାସ୍ କରୁଛନ୍ତି। କିସ୍’ର ସର୍ବାଧିକ ୯୦ କଳାକାର ଯୋଗଦେଇ ବିଭିନ୍ନ ପ୍ରକାର ପ୍ର‌ପୋଟି ଡ୍ୟାନସ୍ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଚକ୍‌ ଦେ ଇଣ୍ଡିଆ, ଜୟ ହୋ..ରୁ ଆରମ୍ଭ ହୋଇ ଓଡ଼ିଶାର ଝଲକ ଦେଖିବାକୁ ମିଳିବ। ନୃତ୍ୟ ଗୁରୁମା’ ଅରୁଣା ମହାନ୍ତିଙ୍କ ଦଳଗତ ‌ଓଡ଼ିଶୀ ନୃତ୍ୟ, ଖୋର୍ଦ୍ଧାର ପାଇକ ନାଚ, ସମ୍ବଲପୁରର ସମ୍ବଲପୁରୀ ଲୋକ ନୃତ୍ୟ ଡାଲଖାଇ ଓ ରଙ୍ଗବତୀ ନୃତ୍ୟ ଦେଖିବାକୁ ମିଳିବ। ବଲିଉଡ଼୍‌ କଳାକାର ଶଙ୍କର ମହାଦେବନ୍, ଓଡ଼ିଆ ଝିଅ ସୋନା ମହାପାତ୍ର, କୋରିଓଗ୍ରାଫର୍ ଟରେନ୍ସ୍ ଓ ସଲମାନ ଅଲ୍ଲୀ ଖାନ୍ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଖେଲୋ ଇଣ୍ଡିଆ ଟାଇଟଲ୍ ଟ୍ରାକ୍ ତିଆରି କରାଯାଇଛି। ଯେଉଁ ଗୀତରେ ଆଜି କଳାକାରମାନେ ନୃତ୍ୟ ଅଭ୍ୟାସ କରିଛନ୍ତି।

ସମ୍ବନ୍ଧିତ ଖବର