ଆଇପିଏଲ : ହାଇଦ୍ରାବାଦକୁ ୫୪ ରନ୍‌ରେ ପରାସ୍ତ କଲା କୋଲକାତା

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୬୨ତମ ମ୍ୟାଚରେ ହାଇଦ୍ରାବାଦକୁ ୫୪ ରନ୍‌ରେ ପରାସ୍ତ କରିଛି କୋଲକାତା । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୭୭ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୨୩ ରନ୍‌ କରି ପରାସ୍ତ ହୋଇଛି । ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୪୩ ରନ୍‌ କରିଥିବା ବେଳେ ଆଡେନ ମାର୍କ୍ରାମ ୩୨ ଓ ଶଶାଙ୍କ ସିଂ ୧୧ ରନ୍‌ କରିଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା ଆଣ୍ଡ୍ରେ ରସେଲ ୩ଟି, ୱିକେଟ ଟିମ୍ ସାଉଥି ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ସୁନୀଲ ନାରିନ ଓ ଭରୁଣ ଚକ୍ରବର୍ତ୍ତୀ ୧-୧ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଥିଲେ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇନିଂସ ଆରମ୍ଭରୁ ଭେଙ୍କଟେଶ ଆୟର ମାତ୍ର ୭ ରନରେ ଆଉଟ ହେବାପରେ ଅଜିଙ୍କ୍ୟ ରାହାଣେ ଓ ନିତିଶ ରାଣା ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରିଥିଲେ । ସେହିପରି ସାମ ବିଲିଙ୍ଗସ ୩୪ ରନ କରିଥିଲେ । ତେବେ ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜନସନ, ଭୁବନେଶ୍ବର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପ୍ଲେ-ଅପ ଦୌଡରେ ବଜାୟ ରହିବାକୁ ଏହି ମ୍ୟାଚରେ ଜିତିବା ଉଭୟ ଦଳ ପାଇଁ ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର