ସନଗ୍ଲାସ ପିନ୍ଧି ନିଜ କ୍ୟାରିୟରର ଶେଷ ଇନିଂସ ଖେଳିଲେ କ୍ରିସ୍ ଗେଲ୍

ଆବୁଧାବି : ଆବୁଧାବିଠାରେ ଆଜି ଖେଳାଯାଇଥିବା ଟି୨୦ ବିଶ୍ବକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୧୫୮ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ବେଷ୍ଟ ଇଣ୍ଡିଜ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତିବା ସହ ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ରନ କରିଥିଲା । କେରନ ପୋଲାର୍ଡ ସର୍ବାଧିକ ୪୪ରନ କରିଥିବାବେଳେ ଏଭିନ ଲୁଇସ୍ ୨୯ ରନ ଓ ସିମରନ ହେଟମେୟର ୨୭ ରନ କରିଥିଲେ ।

ତେବେ ଆଜିର ମ୍ୟାଚ କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇ ରହିବ । କାରଣ ଓ୍ବେଷ୍ଟଇଣ୍ଡିଜର ଦୁଇ ଲୋକପ୍ରିୟ କ୍ରିକେଟ ଖେଳାଳି କ୍ରିସ ଗେଲ ଓ ଡ୍ବାଇନ ବ୍ରାଭୋ ଆଜି ନିଜ ନିଜର ଶେଷ ଇନିଂସ ଖେଳିଛନ୍ତି । ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଗେଲ ଜଣେ ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଭାବେ ମନେ ରହିବେ । ଆଜି ସେ ଖେଳିଥିବା ନିଜର ଶେଷ ଇନିଂସରେ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । କିନ୍ତୁ ନିଜର ଏହି ଛୋଟିଆ ଇନିଂସରେ ବି ସେ ୨ଟି ବିଶାଳ ଛକା ମାରି ଆଉଟ ହୋଇଥିଲେ । ତେବେ ଆଜି ସନଗ୍ଲାସ ପିନ୍ଧି ସେ ବ୍ୟାଟିଂ ଓପନ କରିଥିଲେ । ଗେଲ କ୍ରିକେଟର ତିନିଟି ଫର୍ମାଟରେ ନିଜ ଦେଶ ପାଇଁ ୧୯ ହଜାର ରନ କରିଛନ୍ତି । ତାଙ୍କୁ ଟି୨୦ର ବ୍ରାଡମ୍ୟାନ ବୋଲି କୁହାଯାଉଛି ।

ସେହିପରି ବ୍ରାଭୋ ମଧ୍ୟ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ନିଜର ଏହି ଇନିଂସରେ ସେ ଗୋଟିଏ ଛକା ମାରିଥିଲେ ।

ସମ୍ବନ୍ଧିତ ଖବର