ମାଲିଙ୍ଗା ଟ୍ବେଣ୍ଟି-୨୦ର ସର୍ବାଧିକ ୱିକେଟ୍ ଦଖଲକାରୀ, ଆଫ୍ରିଦିଙ୍କୁ ଟପିଲେ

କଲମ୍ବୋ: ପାକିସ୍ତାନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ଟପି ଶ୍ରୀଲଙ୍କାର ପୁରୁଖା ବୋଲର ଲସିଥ ମାଲିଙ୍ଗା ଟ୍ବେଣ୍ଟି-୨୦ର ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ମାଲିଙ୍ଗା ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ନ୍ୟୁଜିଲାଣ୍ଡ ପାଳିର ଚତୁର୍ଦଶ ଓଭରରେ କଲିନ ଡି’ଗ୍ରାଣ୍ଢୋମେଙ୍କ ୱିକେଟ୍ ନେଇ ୩୬ ବର୍ଷୀୟ ମାଲିଙ୍ଗା ପୂର୍ବତନ ପାକିସ୍ତାନ ଅଧିନାୟକ ଆଫ୍ରିଦିଙ୍କୁ ଅତିକ୍ରମ କରିଥିଲେ। ଆଫ୍ରିଦି ଟ୍ବେଣ୍ଟି-୨୦ରେ ୯୮ ୱିକେଟ୍ ନେଇଥିଲା ବେଳେ ମାଲିଙ୍ଗା ନିଜ ୱିକେଟ୍ ସଂଖ୍ୟା ୯୯ରେ ପହଞ୍ଚାଇ ଦେଇଥିଲେ। ମାଲିଙ୍ଗା (୪-୦-୩୦-୨) ଏହା ପୂର୍ବରୁ କଲିନ ମୁନ୍ରୋଙ୍କ ୱିକେଟ୍ ନେଇ ଆଫ୍ରିଦିଙ୍କ ସମକକ୍ଷ ହୋଇଥିଲେ। ‌ସେ (୭୪) ମଧ୍ୟ କମ ମ୍ୟାଚ୍ ଖେଳି ଆଫ୍ରିଦି (୯୯)ଙ୍କୁ ଟପିଛନ୍ତି। ନ୍ୟୁଜିଲାଣ୍ଡ କିନ୍ତୁ ଏହି ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ନେଇ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର