ଉଦିତ ପ୍ରତାପଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଉଦିତ ପ୍ରତାପଙ୍କ ବିୟୋଗରେ ବିଜେପିର ଶୋକ

ଭୁବନେଶ୍ବର : କଳାହାଣ୍ଡି ମହାରାଜା ତଥା ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଉଦିତ ପ୍ରତାପଙ୍କ ବିୟୋଗରେ ବିଜେପିର ଶୋକ

ଭୁବନେଶ୍ବର : କଳହାଣ୍ଡି ମହାରାଜା ଓ ପୂର୍ବତନ ବିଧାୟକ ଉଦିତ ପ୍ରତାପ ଦେଓଙ୍କ ବିୟୋଗରେ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ରାଜ୍ୟ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଦେଓଙ୍କ ପିତା ତଥା ପୂର୍ବତନ ସାଂସଦ ପ୍ରତାପ କେଶରୀ ଦେଓ, ସାନ ଭାଇ ତଥା ବିଜେପିର ପୂର୍ବତନ ବିଧାୟକ ଦଳ ନେତା ସ୍ବର୍ଗତ ବିକ୍ରମ କେଶରୀ ଦେଓ ଓ ପୁଅ ଅନନ୍ତ ପ୍ରତାପ ଦେଓଙ୍କ ସମେତ ସମ୍ପୂର୍ଣ୍ଣ କଳାହାଣ୍ଡି ରାଜପରିବାର ପଶ୍ଚିମ ଓଡ଼ିଶାରେ ବିଜେପିର ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ ଆସିଛନ୍ତି। ଉଦିତ ପ୍ରତାପଙ୍କ ବିୟୋଗ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ ଏକ ଶୋକବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର