ମେକ୍ସିକୋରେ ମାରାଡୋନା ମହାନ

ଡଜନେ ଦେଶ ଭ୍ରମଣ ପରେ ୧୯୮୬ ମସିହାରେ ମେକ୍ସିକୋ ଫେରିଥିଲା ଫିଫା ବିଶ୍ୱକପ୍‌। ପ୍ରଥମ ଦେଶ ଭାବେ ମେକ୍ସିକୋ ଦ୍ଵିତୀୟ ଥର ପାଇଁ ଫିଫା ବିଶ୍ୱକପ୍‌ ଆୟୋଜକ ହୋଇଥିଲା। ବିଶ୍ୱ ଫୁଟ୍‌ବଲର ସବୁଠାରୁ ଲୋକପ୍ରିୟ, ବିବାଦୀୟ ଓ ଚର୍ଚ୍ଚିତ ଚେହେରା ମାରାଡୋନାଙ୍କ ବିଶ୍ୱକପ୍‌ ଭାବେ ପରିଚିତ ରହିଛି ମେକ୍ସିକୋରେ ଅନୁଷ୍ଠିତ ଏହି ତ୍ରୟୋଦଶ ସଂସ୍କରଣ। ମାଷ୍ଟର ଅଧିନାୟକ ଡିଏଗୋ ମାରାଡୋନାଙ୍କ ପ୍ରଦର୍ଶନ ଆର୍ଜେଣ୍ଟିନାକୁ ପୁଣି ବିଶ୍ୱବିଜେତା କରିଥିଲା। ଉତ୍କଣ୍ଠାପୂର୍ଣ ଫାଇନାଲରେ ପଶ୍ଚିମ ଜର୍ମାନିକୁ ହରାଇ ଆର୍ଜେଣ୍ଟିନା ଜୁଲେସ ରିମେଟ ଟ୍ରଫି ସହ ସ୍ୱର୍ଣ ପଦକ ଜିତିଥିଲା। ତେବେ ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲରେ ‘ହ୍ୟାଣ୍ଡ ଅଫ୍‌ ଗଡ’ ଭାବେ ଖ୍ୟାତ ମାରାଡୋନାଙ୍କ ଦୁଇଟି ବିଖ୍ୟାତ ଗୋଲ ସାଙ୍ଗକୁ ‘ଡ୍ରିବଲ୍‌ ଅଫ ଏ ଜିନିୟସ’ ନିର୍ଣାୟକ ସାଜିଥିଲା। ଦଳର ୩-୨ ଫାଇନାଲ ବିଜୟରେ ସେ ଦଳର ୧୪ଟି ଗୋଲ୍‌ରେ ପ୍ରଭାବୀ ଅବଦାନ ରଖିଥିଲେ। ୧୦ ନମ୍ବର ମାରାଡୋନା ୫ଟି ଗୋଲ୍‌ କରିବା ସହ ଅନ୍ୟ ୫ଟିର ସ୍ରଷ୍ଟା ଥିଲେ। କ୍ରମାଗତଭାବେ ର୍ଜମାନିକୁ ଉପବିଜେତା ହେବାକୁ ପଡିଥିଲା। ଫ୍ରାନ୍‌ସ ପୁଣି ସେମିଫାଇନାଲରେ ହାରିଥିବାବେଳେ କାଂସ୍ୟ ପଦକ ମୁକାବିଲାରେ ବେଲ୍‌ଜିୟମକୁ ହରାଇବାରେ ସକ୍ଷମ ହୋଇଥିଲା। ମାରାଡୋନା ତାରକା ଆକର୍ଷଣ ଥିଲେ ବି ଇଂଲଣ୍ଡ ଷ୍ଟ୍ରାଇକର ଗ୍ୟାରୀ ଲିନେକର ସ୍ୱର୍ଣ୍ଣ ଜେତା ବିଜେତା ହୋଇଥିଲେ। ପୋଲାଣ୍ଡ ବିପକ୍ଷ ଗ୍ରୁପ୍‌ ମ୍ୟାଚ୍‌ରେ ୩ ଗୋଲ୍‌ ସହ ସେ ମୋଟ ୬ଟି ଗୋଲ୍‌ ଦେଇଥିଲେ। ମାରାଡୋନା ଅବଶ୍ୟ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସ୍ୱର୍ଣ୍ଣିମ ବଲ୍‌ ବିଜେତା ହୋଇଥିଲେ। ଡେନମାର୍କ, କାନାଡା ଏବଂ ଇରାକ ଏହି ସଂସ୍କରଣରେ ପ୍ରଥମ ପଦାର୍ପଣ କରିଥିଲେ। ଆର୍ଜେଣ୍ଟିନା ଦ୍ୱିତୀୟ ଥର ବିଜେତା ହୋଇଥିଲା, ମାରାଡ଼ୋନା ବିଶ୍ୱ ବିଖ୍ୟାତ ଓ ବିବାଦୀୟ ତାରକା ପାଲଟିଥିଲେ। ଦ୍ୱିତୀୟ ଥର ପାଇଁ ପ୍ରତିଯୋଗିତା ୨୪ ଦଳୀୟ ହୋଇଥିଲା। ମୋଟ ୫୨ ମ୍ୟାଚ୍‌ରୁ ୧୩୨ ଗୋଲ୍‌ ସ୍କୋର୍‌ ହୋଇଥିଲା।

ସମ୍ବନ୍ଧିତ ଖବର