ଧୋନିଙ୍କୁ କିଛି ଲୋକ ସହ୍ୟ କରିପାରୁ ନାହାଁନ୍ତି, ସେମାନେ ଚାହାଁନ୍ତି କ୍ୟାରିୟର ଶେଷ ହୋଇଯାଉ: ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି, ଜଣେ ଭଲ ଖେଳାଳି ହୋଇଥିଲେ ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କିଛି ଲୋକ ସହ୍ୟ କରିପାରୁ ନାହାଁନ୍ତି। କିଛି ଲୋକ ଚାହାଁନ୍ତି ଧୋନିଙ୍କ କ୍ୟାରିୟର ଶେଷ ହୋଇଯାଉ।

ପଶ୍ଚିମବଙ୍ଗର ଏକ ଦୈନିକ ଖବରକାଗଜକୁ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି, ଏମିତି ଲାଗୁଛି, ଧୋନିଙ୍କ ନିକଟରେ ତାଙ୍କୁ ସହ୍ୟକରିପାରୁ ନଥିବା ଅନେକ ଲୋକ ଅଛନ୍ତି। ଏହି ଧରଣର ଲୋକମାନେ କେବଳ ଧୋନିଙ୍କ ଖରାପ ଦିନକୁ ଦେଖନ୍ତି। ଭାରତୀୟ କୋଚ କହିଛନ୍ତି, କିଛି ଲୋକ ଏମିତି ଥାଆନ୍ତି, ଯେଉଁମାନେ କି ଧୋନିଙ୍କ କ୍ୟାରିୟର ଶେଷ ହେବାକୁ ଦିନ ଗଣୁଛନ୍ତି। କୋଚ କହିଛନ୍ତି, ଭାରତୀୟ ଟିମ୍‌ ଜାଣିଛି ଯେ, ଧୋନିଙ୍କ ପାଖରେ କ’ଣ କ୍ଷମତା ରହିଛି। ଧୋନିଙ୍କୁ ସମାଲୋଚନା କଲେ ବି କୌଣସି ଅସୁବିଧା ନାହିଁ। ଶାସ୍ତ୍ରୀ କହିଛନ୍ତି, ଆଲୋଚନାରେ ମତେ କୌଣସି ଅସୁବିଧା ହେଉ ନାହିଁ। ଆମେ ଜାଣିଛେ, ଆମର ମନରେ ଧୋନି କ’ଣ?

ଏହା ପୂର୍ବରୁ କୋହଲି ମଧ୍ୟ ଧୋନିଙ୍କୁ ବଞ୍ଚାଇବାକୁ ଯାଇ କହିଥିଲେ, ମୁଁ ବୁଝିପାରୁ ନାହିଁ ଯେ, ଲୋକ କାହିଁକି ଧୋନିଙ୍କୁ ନେଇ ଆଙ୍ଗୁଳି ଉଠାଉଛନ୍ତି। ଯଦି ମୁଁ ୩ ରନ୍‌ରେ ଆଉଟ ହୋଇଯାଏ, ମୋ ଉପରେ କେହି ଆଙ୍ଗୁଳି ଉଠାଇବେ ନାହିଁ। କାରଣ ମୁଁ ୩୫ ବର୍ଷ ବୟସ୍କ ନୁହେଁ। ହେଲେ ଧୋନିଙ୍କ ସହିତ ଏମିତି କାହିଁକି ହେଉଛି। ରାଜକୋଟରେ ସ୍ଥିତି ଏମିତି ଥିଲା ଯେ, ଯଦି ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରି ଆସିଥାନ୍ତେ, ତଥାପି ରନ୍‌ ହୋଇ ପାରି ନଥାନ୍ତା। ଧୋନିଙ୍କ ଉପରକୁ ଆଙ୍ଗୁଳି ଉଠାଇବା କାହାର ଅଧିକାର ନାହିଁ।

ମୁଁ ବୁଝିପାରୁ ନାହିଁ ଯେ, ଲୋକ କାହିଁକି ଧୋନିଙ୍କୁ ନେଇ ଆଙ୍ଗୁଳି ଉଠାଉଛନ୍ତି। ଯଦି ମୁଁ ୩ ରନ୍‌ରେ ଆଉଟ ହୋଇଯାଏ, ମୋ ଉପରେ କେହି ଆଙ୍ଗୁଳି ଉଠାଇବେ ନାହିଁ। କାରଣ ମୁଁ ୩୫ ବର୍ଷ ବୟସ୍କ ନୁହେଁ। ହେଲେ ଧୋନିଙ୍କ ସହିତ ଏମିତି କାହିଁକି ହେଉଛି। ରାଜକୋଟରେ ସ୍ଥିତି ଏମିତି ଥିଲା ଯେ, ଯଦି ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କରି ଆସିଥାନ୍ତେ, ତଥାପି ରନ୍‌ ହୋଇ ପାରି ନଥାନ୍ତା। ଧୋନିଙ୍କ ଉପରକୁ ଆଙ୍ଗୁଳି ଉଠାଇବା କାହାର ଅଧିକାର ନାହିଁ।
-ବିରାଟ କୋହଲି, ଟିମ୍‌ ଇଣ୍ଡିଆ ଅଧିନାୟକ

ଧୋନି ଟିମ୍‌ରେ ରହିବା ନେଇ ଦ୍ରୁତ ବୋଲର ଭୁବନେଶ୍ୱର କୁମାର କହିଥିଲେ, ଯେଉଁ ଲୋକମାନେ ଅଙ୍ଗୁଳି ଉଠାଉଛନ୍ତି, ସେମାନେ ଧୋନିଙ୍କ ରେକର୍ଡ ଦେଖିନେବା ଦରକାର। ଆମ ଟିମ୍‌ର ଖେଳାଳିଙ୍କ ଧୋନିଙ୍କ ପ୍ରଦର୍ଶନକୁ ନେଇ ସନ୍ଦେହ କରୁନାହିଁ।

ଭିଭିଏସ୍‌ ଲକ୍ଷ୍ମଣ ଏହି ମାମାଲାରେ କହିଥିଲେ, ମ୍ୟାଚରେ ଯେତେବେଳେ ବିରାଟ କୋହଲି ଓ ଧୋନି ଥିଲେ, ସେତେବେଳେ ଧୋନି ବିରାଟଙ୍କୁ ଷ୍ଟ୍ରାଇକ୍‌ ଦେଉଥିଲେ। କୋହଲିଙ୍କ ଷ୍ଟ୍ରାଇକ ରେଟ୍‌ ୧୬୦ ଥିବା ବେଳେ ଧୋନିଙ୍କ ଥିଲା ୮୦। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ଏକ ବଡ ଲକ୍ଷ୍ୟର ପିଛା କରୁଥିଲା। ଲକ୍ଷ୍ମଣ କହିଥିଲେ, ମୁଁ ମନେ କରୁଛି ଟି-୨୦ ମ୍ୟାଚ ପାଇଁ ଧୋନି ଯୁବ ଖେଳାଳିଙ୍କୁ ସୁଯୋଗ ଦେବା କଥା।

ସମ୍ବନ୍ଧିତ ଖବର