ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ : ଜୟନ୍ତୀଙ୍କୁ ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ

ଭୁବନେଶ୍ବର : ଓଡ଼ିଆ ଝିଅ ଜୟନ୍ତୀ ବେହେରା ବେଙ୍ଗାଲୁରୁ‌ରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ଗୁରୁବାର ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଶୁକ୍ରବାର ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ ଜିତି ଏହି ସଂଖ୍ୟା ୩ରେ ପହଞ୍ଚାଇଥିଲେ। ଫାଇନାଲ୍‌ରେ ସେ ୧୦୦ ମିଟର ଦୌଡ଼କୁ ୧୩.୧୧ ସେକେଣ୍ଡ ଏବଂ ୨୦୦ ମିଟରକୁ ୨୬.୪୯ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଜୟନ୍ତୀ ମୋଟ ଉପରେ ୫ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବୁଥର ହ୍ୟାଟ୍ରିକ ସ୍ବର୍ଣ୍ଣ ଜିତିବାର ସଫଳତା ପାଇଛନ୍ତି। ଏହି ସଫଳତା ଲାଗି ଓଡ଼ିଶା ଦିବ୍ୟାଙ୍ଗ କ୍ରୀଡ଼ା ସଂଘ ପକ୍ଷରୁ ଜୟନ୍ତୀଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର