ଜାତୀୟ ହ୍ୟାଣ୍ଡ୍‌ବଲ୍‌ ଲାଗି ଓଡ଼ିଶା ଦଳର ହିମାଚଳ ଯାତ୍ରା

ଭୁବନେଶ୍ୱର: ୪୧ତମ କନିଷ୍ଠ ବାଳିକା ଜାତୀୟ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତା ଲାଗି ଗୁରୁବାର ଓଡ଼ିଶା ଦଳ ହିମାଚଳ ପ୍ରଦେଶ ଯାତ୍ରା କରିଛି। ଏହି ପ୍ରତିଯୋଗିତା ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସଫଳତା ହାସଲ ଲାଗି ଖେଳାଳିମାନଙ୍କୁ ଓଡ଼ିଶା ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘର ସମ୍ପାଦକ ବଳରାମ ମହାନ୍ତି, ସହ ସମ୍ପାଦକ ଯଶୋବନ୍ତ ପରମଗୁରୁ ଶୁଭେଚ୍ଛା ଜଣାଇଛନ୍ତି। ଦଳ: ନଳିନୀ ସେଠୀ, ତନ୍ମୟୀ ରାଉଳ, ବିଶ୍ୱଜିତା ନାୟକ, ସ୍ନିଗ୍ଧାପ୍ରିୟା ଦାସ, ଶ୍ରଦ୍ଧା ସୁମନ ମହାପାତ୍ର, ଲିପିସ୍ମିତା ସାହୁ, ଆଶା ମାହାଲି, ଶର୍ମିଷ୍ଠା ଦାସ, ଅର୍ପିତା ତୁଙ୍ଗ, ମିତାଲି ଦେ, ମନୋଜ କୁମାର ନିଶଙ୍କ (ପ୍ରବନ୍ଧକ), ସ୍ମିତାଞ୍ଜଳି ମହାପାତ୍ର (ପ୍ରଶିକ୍ଷକ)।

ସମ୍ବନ୍ଧିତ ଖବର