ଓଡ଼ିଶା କନିଷ୍ଠ କବାଡ଼ି ଦଳର ପଶ୍ଚିମବଙ୍ଗ ଯାତ୍ରା

କଟକ: ଆସନ୍ତା ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ନେତାଜୀ ଇଣ୍ତୋର ଷ୍ଟାଡିୟମରେ ୪୫ତମ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ବାଳକ ଓ ବାଳିକା ଦଳ ଗୁରୁବାର ଧଉଳି ଏକ୍ସପ୍ରେସ୍‌ରେ ପଶ୍ଚିମବଙ୍ଗ ଯାତ୍ରା କରିଛି। ବିଶ୍ବନାଥ କର, ଶୁକ୍ରୁ ତନ୍ତୀ, ଅନୀଲ ସ୍ବାଇଁ, ମାମି ସେଠୀ ଯଥାକ୍ରମେ ପ୍ରଶିକ୍ଷକ ଓ ପ୍ରବନ୍ଧକ ଭାବେ ଦଳ ସହିତ ଯାତ୍ରା କରିଛନ୍ତି। ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ରାଜ୍ୟ କବାଡ଼ି ସ˚ଘ ସଭାପତି ଶରତ କୁମାର ସାହୁ, ସମ୍ପାଦକ ଅଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ସାହୁ, ରେଫରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ ଖେଳାଳିମାନଙ୍କୁ ସାକ୍ଷାତ କରି ସଫଳତା କାମନା କରିଥିଲେ।

ବାଳକ ଦଳ: ପ୍ରିୟବ୍ରତ ସାମଲ, ର˚ଜନ କୁମାର ପ୍ରଧାନ, ଅମୀୟ କୁମାର ସାହୁ, ଅତୁଲ କୁମାର ଛାଟୋଇ, ଦିଲ୍ଲୀପ କୁମାର ପରିଡ଼ା, ବସନ୍ତ କୁମାର ନାୟକ, ସୁଜିତ ସଏ, ସିକନ୍ଦର ପାଟମାଝୀ, ନିର˚ଜନ ସାହୁ, ମନୋଜ କୁମାର ମଲ୍ଲୀକ, ଘସିରାମ ଡୋରା, ସୁବାସ ସାହୁ। ବାଳିକା ଦଳ: ରିଙ୍କି ବେହେରା, ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ, ମାଳତି ମିଞ୍ଜ, ବନିତା ବେହେରା, ସରସ୍ବତୀ ବେହେରା, କାମିନୀ ମହାପାତ୍ର, ବର୍ଷା ମଲ୍ଲିକ, ଶିବାନୀ ମଲ୍ଲିକ, ସୁସ୍ମିତା ବେହେରା, ଫୁଲ ବିଶ୍ବାଳ, ବୈଷାଳି ମଲ୍ଲିକ, ଲକ୍ଷୀ ଖିଲୋ।

ସମ୍ବନ୍ଧିତ ଖବର