ବିଶ୍ୱକପ : ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର ଜୋରଦାର ପ୍ରତ୍ୟାବର୍ତ୍ତନ, ଇଂଲାଣ୍ଡ ଆଗରେ ୩୪୯ ରନର ବିଶାଳ ଲକ୍ଷ୍ୟ ରଖିଲା

ଟେଣ୍ଟବ୍ରିଜ (ନଟିଂହାମ) : ନଟିଂହାମ (ଇଂଲାଣ୍ଡ)ର ଟେଣ୍ଟବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଆଜି ପାକିସ୍ତାନ ଆୟୋଜକ ଇଂଲାଣ୍ଡ ଆଗରେ ୩୪୯ ରନର ବିଶାଳ ଲକ୍ଷ୍ୟ ରଖିଛି ।

ପ୍ରଥମ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଦଳ ଜୋରଜାର ପ୍ରତ୍ୟାବର୍ତ୍ତନ କରିବା ସହ ଆଗଧାଡ଼ି ବ୍ୟାଟ୍ସମ୍ୟାନଙ୍କ ଉତ୍ତମ ପ୍ରଦର୍ଶନ ଫଳରେ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୩୪୮ ରନ କରିଛି । ଦଳ ପକ୍ଷରୁ ମହମ୍ମଦ ହାଫିଜ ସର୍ବାଧିକ ୮୪, ବାବର ଆଜମ ୬୩, ସରଫରାଜ ଅହମଦ ୫୫ରନ ସଂଗ୍ରହ କରିଥିଲେ ।

ଏହି ମ୍ୟାଚରେ ଇଂଲାଣ୍ଡର ଅଧିନାୟକ ଇଓନ ମର୍ଗାନ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ପାକିସ୍ତାନର ବିଶାଳ ସ୍କୋର ପରେ ତାଙ୍କର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି । ଇଂଲାଣ୍ଡ ପକ୍ଷରୁ କ୍ରିସ ଓ୍ଵକର୍ସ ୭୧ ରନ ଦେଇ ୩ଟି, ମୋଇନ ଅଲ୍ଲୀ ୫୦ ରନ ଦେଇ ୩ଟି ଓ ମାର୍କ ଉଡ ୫୩ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର