ଭାରତ-ଏ ଦଳରେ ରୀମା, ସୁଶ୍ରୀ

କଟକ: ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ରୀମାଲକ୍ଷ୍ମୀ ଏକ୍କା ଭାରତ-ଏ ଦଳ ପାଇଁ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଆସନ୍ତା ୧୫ ତାରିଖଠୁ ମୁମ୍ବାଇରେ ୩ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ବର୍ତ୍ତମାନ କେବଳ ଦିନିକିଆ ଶୃଙ୍ଖଳା ପାଇଁ ଏହି ଦଳ ଘୋଷଣା କରାଯାଇଛି। ପୁନମ ରାଉତଙ୍କ ନେତୃତ୍ବରେ ଘୋଷିତ ଦଳରେ ପୂର୍ବାଞ୍ଚଳରୁ ସୁଶ୍ରୀ ଓ ରୀମାଙ୍କ ବ୍ୟତୀତ ବେଙ୍ଗଲର ତନୁଶ୍ରୀ ସରକାର ସ୍ଥାନ ପାଇଛନ୍ତି। ଭୁବନେଶ୍ବର ଜାଗୃତି ଏକାଡେମିରେ ଅଭ୍ୟାସ କରୁଥିବା ସୁଶ୍ରୀ ଗତ ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ ଚାଲେଞ୍ଜର ଟ୍ରଫିରେ ନିଜ ଦଳ ଇଣ୍ତିଆ ଗ୍ରୀନ୍‌କୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ସେହିପରି ରାଉରକେଲାର ରୀମାଲକ୍ଷ୍ମୀ ଏକ୍କା ମଧ୍ୟ ଚଳିତ ବର୍ଷ ମହିଳା ଚାଲେଞ୍ଜର ଟ୍ରଫି ଖେଳିଥିଲା ବେଳେ ଭାରତ ଏ’ ପାଇଁ ପ୍ରଥମ ଥର ମନୋନୀତ ହୋଇଛନ୍ତି।

ଭାରତ ଏ’ ଦଳ: ପୁନମ ରାଉତ, ପ୍ରିୟା ପୁନିଆ, ଦେବିକା ବୈଦ୍ୟ, ମୋନା ମେସ୍ରମ୍‌, ତନୁଶ୍ରୀ ସରକାର, ସୁଷମା ବର୍ମା, ରାଜେଶ୍ବରୀ ଗାଏକ୍ବ‌ାର୍ଡ, ସୁଶ୍ରୀ ଦିବ୍ୟଦର୍ଶିନୀ, ସି ପ୍ରତ୍ୟୁଷା, ରୀମାଲକ୍ଷ୍ମୀ ଏକ୍କା, ଶିଖା ପାଣ୍ତେ, ନେଥରା ଏଲ୍‌, ହେମାଲି ବୋରଵାଙ୍କର, କବିତା ପାଟିଲ, ପ୍ରୀତି ବୋଷ।

ସମ୍ବନ୍ଧିତ ଖବର