ବିଦ୍ୟାଳୟ ଖୋ-ଖୋରେ ଭୁବନେଶ୍ୱରର ବାଜିମାତ୍‌

ଟ୍ରଫି ଜିତିଲେ ବାଳକ ଓ ବାଳିକା ଦଳ

ବାଲେଶ୍ୱର: ଖ୍ରୀଷ୍ଟିଆନ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ୬୩ତମ ରାଜ୍ୟ ବିଦ୍ୟାଳୟସ୍ତରୀୟ ୧୭ ବର୍ଷରୁ କମ୍‌ ଖୋ-ଖୋ ପ୍ରତିଯୋଗିତାରେ ଭୁବନେଶ୍ୱର ବାଜି ମାରିନେଇଛି। ଭୁବନେଶ୍ୱରର ଉଭୟ ବାଳକ ଓ ବାଳିକା ଦଳ ବିଜେତା ହୋଇ ଟ୍ରଫି ହାତେଇ ନେଇଛନ୍ତିି। ଅନ୍ୟପକ୍ଷରେ ବାଳକରେ ବାଲେଶ୍ୱର ଓ ବାଳିକାରେ ସୁନ୍ଦରଗଡ଼ ଜିଲ୍ଲା ଦଳ ଉପବିଜେତା ହୋଇଛନ୍ତି। ଶୁକ୍ରବାର ବାଳକ ବିଭାଗ ଫାଇନାଲ୍‌ରେ ଭୁବନେଶ୍ୱର ୧୧-୩ରେ ବାଲେଶ୍ୱରକୁ ଏବଂ ବାଳିକା ବିଭାଗ ଫାଇନାଲ୍‌ରେ ଭୁବନେଶ୍ୱର ୮-୨ରେ ସୁନ୍ଦରଗଡ଼କୁ ପରାସ୍ତ କରି ବିଜେତା ହୋଇଥିଲା। ଅର୍ଜୁନ ସିଂ, କ୍ଷୀରୋଦ କୁମାର ହେମ୍ବ୍ରମ, ଜଗନ୍ନାଥ ମାଝୀ, ସନ୍ତୋଷ ମୁର୍ମୁ, ସାର୍କ୍ରା ମୁର୍ମୁ, ଘାସିରାମ ମାଝୀ, ସଂଜିତ ଛତମ୍ବା, ବଳଭଦ୍ର ନାୟକ, କୁନା ଖିଲୋ, ଲକ୍ଷ୍ମଣ ପୂର୍ତ୍ତି, ଚୈତନ୍ୟ ସୋରେନ ବିଜେତା ବାଳକ ଦଳର ସଦସ୍ୟ ରହିଥିଲା ବେଳେ କୌଶଲ୍ୟା ମଣ୍ଡଳ, ସବିତା ମାରାଣ୍ଡି, ସବିତା କାଡ୍ରାକା, ଲକ୍ଷ୍ମୀପ୍ରିୟା ଲେଙ୍କା, ସୁମିତା ଟୁଡୁ, ଶୁଭଶ୍ରୀ ସିଂ, ବୁଜି କାଡ୍ରାକା, ହୀରାମଣି ସୋରେନ, ସିମ୍ପୋନା ଦାସ, ସୁକାନ୍ତି କାବା, ଶିବାନୀ ଗମାଙ୍ଗୋ, ମୋନାଲସା ନାୟକ ବିଜେତା ବାଳିକା ଦଳର ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର