ବେନ୍‌ ଷ୍ଟୋକ୍ସ ପିତାଙ୍କ ଦେହାନ୍ତ

ଲଣ୍ଡନ: ଇଂଲଣ୍ଡର ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପିତା ଗେଡ୍‌ ଷ୍ଟୋକ୍ସ ମଙ୍ଗଳବାର ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ମସ୍ତିଷ୍କ କର୍କଟ ରୋଗ‌ରେ ପୀଡ଼ିତ ଥିଲେ। ଗେଡ୍‌ ଷ୍ଟୋକ୍ସଙ୍କ ପୂର୍ବତନ ରଗ୍‌ବି ଲିଗ୍‌ କ୍ଲବ୍‌ ୱାର୍କିଂଟନ୍‌ ଟାଉନ୍‌ ପକ୍ଷରୁ ପ୍ରଥମେ ଏହି ଖବର ମିଳିଥିଲା। ଏହି କ୍ଲବ୍‌ ପାଇଁ ସେ ୧୯୮୨-୮୩ରେ ଖେଳିଥିଲା ବେଳେ ୨୦୦୩ରେ ଏହାର ପ୍ରଶିକ୍ଷଣ ଦାୟିତ୍ବ ନେଇଥିଲେ। ୧୨ ମାସ ତଳେ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା। ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପରିବାରକୁ ସମୟ ଦେବା ଲାଗି ବେନ୍‌ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଅଧାରୁ ଛୁଟିରେ ଯାଇଥିଲେ। ତାଙ୍କ ମୃତ୍ୟୁରେ ଆଇପିଏଲ୍‌ ଦଳ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର