ଡେକାନ ଚାର୍ଜର୍ସ ବିପକ୍ଷ ମାମଲା ଜିତିଲା ବିସିସିଆଇ

ମୁମ୍ବାଇ: ପୂର୍ବତନ ଆଇପିଏଲ୍ ଦଳ ଡେକାନ ଚାର୍ଜର୍ସ ବିପକ୍ଷରେ ଚାଲିଥିବା ଲମ୍ବା ଆଇନଗତ ଲଢ଼େଇରେ ବିିସିସିଆଇ ବିଜୟୀ ହୋଇଛି। ଏହି ମାମଲାରେ ବମ୍ବେ ଉଚ୍ଚ ନ୍ୟାୟାଳୟ ବିିସିିସିଆଇ ସପକ୍ଷରେ ରାୟ ଶୁଣାଇଛନ୍ତି। ନ୍ୟାୟାଳୟଙ୍କ ଏହି ରାୟକୁ ବିସିସିଆଇ ଅଧିକାରୀମାନେ ସ୍ବାଗତ କରିଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗ ପରେ ୨୦୧୨ ମସିହାରେ ଡେକାନ ଚାର୍ଜର୍ସ ଦଳକୁ ଭାଙ୍ଗି ଦେଇଥିଲା ଆଇପିଏଲ୍ ପରିଚାଳନା ପରିଷଦ। ଏହି ନିଷ୍ପତ୍ତି ବିରୋଧରେ ଡେକାନ୍ ଚାର୍ଜର୍ସ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲାର ପରିଚାଳନା କରୁଥିବା ଜଷ୍ଟିସ୍ ସିକେ ଠାକୁର ଡେକାନ୍ ଚାର୍ଜର୍ସକୁ କ୍ଷତିପୂରଣ ବାବଦରେ ୪୮୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିସିସିଆଇର ଏକତରଫା‌ ନିଷ୍ପତ୍ତି ପାଇଁ ତା’ର ୬୦୪୬ କୋଟି ଟଙ୍କା କ୍ଷତି ହୋଇଥିବା ଡେକାନ ଚାର୍ଜର୍ସ ପକ୍ଷରୁ ଦର୍ଶାଯାଇଥିଲା। ବିସିସିଆଇ ଜଷ୍ଟିସ ଠାକୁରଙ୍କ ନିର୍ଦ୍ଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲା। ଏବେ ବିସିସିଆଇ ସପକ୍ଷରେ ରାୟ ଆସିଛି।

ସମ୍ବନ୍ଧିତ ଖବର