ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଦୁଇ ଭାରତୀୟ ବିତାଡ଼ିତ

ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିୟମ ଉଲ୍ଲଂଘନ କାରଣର ଦୁଇ ଭାରତୀୟ କ୍ରୀଡ଼ାବିତ୍‌ ଟ୍ରିପଲ୍‌ ଜମ୍ପର୍‌ ରାକେଶ ବାବୁ ଏବଂ ରେସ୍‌ ଓ୍ଵାକର୍‌ ଇରଫାନ୍‌ କୋଲୋଥୁମ୍‌ଙ୍କୁ ନିଲମ୍ବିତ କରାଯିବା ସହିତ ଭାରତକୁ ପଠାଇ ଦିଆଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘର ‘ନୋ ନିଡଲ୍‌ ପଲିସୀ’ (ଛୁଞ୍ଚିଶୂନ୍ୟ ନୀତି)କୁ ବୁଝି ନ ପାରିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଭାରତୀୟ ଅଲିମ୍ପିକ ସଂଘ ମହାସଚିବ ରାଜୀବ ମେହେଟା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର