ସଚିନଙ୍କ ସମକକ୍ଷ ହେବା ପାଇଁ କୋହଲିଙ୍କ ପାଖରେ ବିରାଟ ସୁଯୋଗ

ମୁମ୍ବାଇ: କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେବାକୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ଼ ସୁଯୋଗ ରହିଛି। ମଙ୍ଗଳବାରଠୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଅବସରରେ ସଚିନଙ୍କ ଘରୋଇ ଦିନିକିଆ ଶତକ ସହ ସମକକ୍ଷ ହେବାକୁ ବିରାଟଙ୍କ ପାଇଁ ସୁଯୋଗ ରହିବ। ଘରୋଇ ମାଟିରେ ଆଉ ଗୋଟିଏ ଦିନିକିଆ ଶତକ ହାସଲ କଲେ ସଚିନଙ୍କ ସହ ସମକକ୍ଷ ହେବେ ବିରାଟ। ଦିନିକିଆରେ ସଚିନ ସର୍ବାଧିକ ଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଥିବା ବେଳେ ୨୦ ଶତକ ଭାରତରେ କରିଛନ୍ତି। ବିରାଟ ବର୍ତ୍ତମାନ ସୁଦ୍ଧା ୧୯ ଦିନିକିଆ ଶତକ ଭାରତରେ ମାରିସାରିଛନ୍ତି। କୋହଲିଙ୍କ ବର୍ତ୍ତମାନର ପ୍ରଦର୍ଶନ ଦେଖିଲେ ସଚିନଙ୍କ ଏହି କୀର୍ତ୍ତିମାନ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଭାଙ୍ଗିବାର ସମ୍ଭାବନା ରହିଛି। ସଚିନ ୪୬୩ ଦିନିକିଆ ମ୍ୟାଚ୍ ଖେଳି ୪୯ ଶତକ କରିଥିବା ବେଳେ ବିରାଟ ବର୍ତ୍ତମାନ ସୁଦ୍ଧା ୨୪୨ ଦିନିକିଆ ଖେଳି ୪୩ ଶତକ ମାରିଛନ୍ତି। ଅଧିନାୟକ ଭାବେ ୪୧ ଶତକ ହାସଲ କରି ରିକି ପଣ୍ଟିଂଙ୍କ ସହ ସମକକ୍ଷ ହୋଇ ସାରିଛନ୍ତି କୋହଲି।

ସମ୍ବନ୍ଧିତ ଖବର