ବିଶ୍ୱକପ ଫାଇନାଲ: ନ୍ୟୁଜିଲାଣ୍ଡକୁ ୨୪୧ ରନ୍‌ରେ ଅଟକାଇଲା ଇଂଲଣ୍ଡ, ଲିଆମ୍‌ ପ୍ଲଙ୍କେତଙ୍କୁ ୩ ଓ୍ଵିକେଟ୍‌

ଲଣ୍ଡନ: ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ୨୪୧ ରନ୍‌ରେ ଅଟକାଇଛି। ନ୍ୟୁଜିଲାଣ୍ଡ ନର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ଏହି ରନ୍‌ ସଂଗ୍ରହ କରିଛି। ଫଳରେ ଆୟୋଜକ ଇଂଲଣ୍ଡକୁ ବିଶ୍ୱକପ୍‌ ଟ୍ରଫି ବିଜୟ ପାଇଁ ୨୪୨ ରନ୍‌ ଟାର୍ଗେଟ ମିଳିଛି। ଲିଆମ୍‌ ପ୍ଲଙ୍କେତ ୧୦ ଓଭର ବୋଲିଂ କରି ୪୨ ରନ୍‌ ଦେଇଥିଲେ। ସେ ନ୍ୟୁଜିଲାଣ୍ଡର ୩ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ପାଭଲିଅନ ପଠାଇଥିଲେ। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚରେ ରବିବାର ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Zee News

ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଜାରି ରହିଥିବା ମ୍ୟାଚ୍‌ରେ ଟିମ୍‌ ୨୯ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବେ ମାର୍ଟିନ ଗୁପଟିଲ (୧୯ ରନ୍‌)ଙ୍କୁ ହରାଇଥିଲା। ଇଂଲଣ୍ଡ ବୋଲର କ୍ରିସ୍‌ ଓ୍ଵକସ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇ ଗୁପଟିଲ ପାଭଲିଅନ୍‌ ଫେରିଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ହେନରୀ ନିକୋଲସ ଓ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୭୪ ରନ୍‌ ଯୋଡ଼ିଥିଲେ।

ସ୍କୋର ୧୨୯ ରନ୍‌ରେ ନ୍ୟୁଜିଲାଣ୍ଡ ଓ୍ଵିଲିୟମସନ୍‌ (୩୦ ରନ୍‌)ଙ୍କୁ ହରାଇଥିଲା। ଓ୍ଵିଲିୟମସନ୍‌ ୫୩ଟି ବଲ ଖେଳି ଲିଆମ ପ୍ଲଙ୍କେତଙ୍କ ବଲ ଜେସ୍‌ ବଟଲରଙ୍କୁ କ୍ୟାଚ୍‌ ଦେଇଥିଲେ। ହେନରୀ ନିକୋଲାସ୍‌ (୫୫)ଙ୍କୁ ପ୍ଲଙ୍କେତ ଆଉଟ୍‌ କରିଥିଲେ। ତୃୀତୟ ଓ୍ଵିକେଟର ବିଳୟ ବେଳକୁ ୨୬.୫ ଓଭରରେ ନ୍ୟୁଜିଲାଣ୍ଡ ୧୧୮ ରନ୍‌ କରିଥିଲା। ରସ ଟେଲର ୩୧ଟି ବଲ୍‌ ଖେଳି ୧୫ ରନ୍‌ କରିଥିଲେ। ସେ ମାର୍କ ଉଡ଼ଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ।

ନ୍ୟୁଜିଲାଣ୍ଡ ସ୍କୋର ୧୭୩ ରନ୍‌ରେ ୫ମ ଓ୍ଵିକେଟ୍‌ ଭାବେ ଜେମସ୍‌ ନୀଶମ (୨୯)ଙ୍କୁ ହରାଇଥିଲା। ପ୍ଲଙ୍କେତଙ୍କ ବଲରେ ନୀଶମ ଆଉଟ୍‌ ହୋଇଥିଲେ। କ୍ରିସ୍‌ ଓ୍ଵକସ୍‌ଙ୍କ ବଲ ଜେମସ୍‌ ଭିନସ୍‌ଙ୍କୁ କ୍ୟାଚ ଦେବା ପୂର୍ବରୁ କୋଲିନ୍‌ ଗ୍ରାଣ୍ଡହୋମ୍‌ ୨୮ଟି ବଲ୍‌ ଖେଳି ୧୬ ରନ୍‌ କରିଥିଲେ। କ୍ରିସ୍‌ ଓ୍ଵକସ୍‌ଙ୍କ ଦ୍ୱାରା ଟମ୍‌ ଲାଥମ (୪୭ ରନ୍‌, ୫୬ ବଲ) ଆଉଟ୍‌ ହୋଇଥିଲେ। ସ୍କୋର ୨୩୨ ରନ୍‌ରେ କ୍ୱିଓ୍ଵି ଟିମ୍‌ର ୭ମ ବିପର୍ଯ୍ୟୟ ଘଟିଥିଲା। ପୂର୍ବରୁ ୬ଷ୍ଠ ଓ୍ଵିକେଟ୍‌ ବେଳକୁ ସ୍କୋର ୨୧୯ ରନ୍‌ ଥିଲା। ମିଚେଲ ସଣ୍ଟନର (୫ ରନ୍‌) ଓ ଟ୍ରେଣ୍ଟ ବୋଲଟ (୧ ରନ୍‌) ଅପରାଜିତ ଫେରିଥିଲେ।

ସମ୍ବନ୍ଧିତ ଖବର