ସଚିନ କାହିଁକି ପ୍ରଥମ ବଲ୍‌କୁ ସାମ୍ନା କରୁନଥିଲେ ?

ଭାରତୀୟ ଦ୍ରୁତ ବୋଲରଙ୍କ ସଫଳତାର ପଛରେ ଫିଟନେସ୍‌

ନୂଆଦିଲ୍ଲୀ: ଦୁଇ କିଂବଦନ୍ତି ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ଭାରତର ସଫଳ ପ୍ରାରମ୍ଭିକ ଯୋଡ଼ି ଭାବେ ପରିଚିତ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ଉଭୟ ୧୩୬ ପାଳିରେ ପ୍ରାରମ୍ଭିକ ଯୋଡ଼ି ଭାବେ ଖେଳି ୪୯.୩୨ ହାରରେ ୬୬୦୯ ରନ୍‌ ସଂଗ୍ରହ କରିଛନ୍ତି। ତେନ୍ଦୁଲକର-ବୀରେନ୍ଦ୍ର ସେହବାଗ, ‌ଗାଙ୍ଗୁଲି-ସେହବାଗ ଏବଂ ରୋହିତ ଶର୍ମା-ଶିଖର ଧାୱନ ମଧ୍ୟ ଭାରତର ସଫଳ ପ୍ରାରମ୍ଭିକ ଯୋଡ଼ି ଭାବେ ସଫଳତା ପାଇଛନ୍ତି। କିନ୍ତୁ ସବୁବେଳେ ଗୋଟିଏ ଗୁଜବ ପ୍ରଚାର ହେଉଥିଲା ଯେ ତେନ୍ଦୁଲକର ସବୁବେଳେ ଚାହୁଁଥିଲେ ଗାଙ୍ଗୁଲି ପ୍ରଥମ ବଲ୍‌କୁ ସାମ୍ନା କରନ୍ତୁ। ଭାରତୀୟ ଯୁବ ତାରକା ମୟଙ୍କ ଅଗ୍ରୱାଲଙ୍କ ସହ ‘ଓପନ୍‌ ନେଟ୍ସ ୱିଥ୍‌ ମୟଙ୍କ’ରେ ଆଲୋଚନା ବେଳେ ଗାଙ୍ଗୁଲି ଏହା ଉପରୁ ପରାଦା ଉଠାଇଛନ୍ତି।

ଏହି ଚାଟ୍‌ରେ ଗାଙ୍ଗୁଲିଙ୍କୁ ମୟଙ୍କ ପଚାରିଥିଲେ ଯେ ଯେତେବେଳେ ଆପଣ ଏକଦିବସୀୟ ମ୍ୟାଚ୍‌ରେ ଓପନିଂ କରିବାକୁ ଆସନ୍ତି ସଚିନ ପାଜି ଆପଣଙ୍କୁ ଷ୍ଟ୍ରାଇକ୍ କରିବାକୁ ବାଧ୍ୟ କରନ୍ତି କି? ଏହାର ଉତ୍ତରରେ ଗାଙ୍ଗୁଲି କହିଥିଲେ ଯେ ସବୁବେଳେ ସେ ଦୁଇଟି ଉତ୍ତର ରଖନ୍ତି। କୁହନ୍ତି ବେଳେବେଳେ ତୁମେ ମଧ୍ୟ ପ୍ରଥମ ବଲର ସାମ୍ନା କର। ମୁଁ ସବୁବେଳେ ପ୍ରଥମ ବଲକୁ ସାମ୍ନା କରୁଛି। ସେ ଭଲ ଫର୍ମରେ ଥିଲେ କୁହନ୍ତି ମୁଁ ନନ୍‌ ଷ୍ଟ୍ରାଇକ୍‌ ପଟେ ରହିବି। ‌ଫର୍ମ ନଥିଲା ବେଳେ ମଧ୍ୟ କୁହନ୍ତି ଅଧିକ ଚାପ ପାଇଁ ନନ୍‌ ‌ଷ୍ଟ୍ରାଇକର୍‌ ପଟେ ରହିବା ଠିକ୍‌ ହେବ। ଉଭୟ ଭଲ ଏବଂ ଖରାପ ଫର୍ମ ପାଇଁ ତାଙ୍କ ଉତ୍ତର ଏଭଳି ଗୋଟିଏ ପ୍ରକାର ରହିଥାଏ ବୋଲି ଗାଙ୍ଗୁଲି କହିଛନ୍ତି। ମୁଁ ତାଙ୍କୁ ଯେତେବେଳେ ପ୍ରଥମ ବଲ୍‌‌ ଖେଳିବାକୁ ଚାପ ପକାଏ। ସେ କୌଶଳ କରି ପଡ଼ିଆରେ ଆଗୁଆ ପଶି ନନ୍‌ ଷ୍ଟ୍ରାଇକର ପଟେ ଠିଆ ହୋଇ ପଡ଼ିଥାନ୍ତି। ମୁଁ ମଧ୍ୟ ତାଙ୍କ ପରି ଥରେ ଦୁଇ ଥର ଏପରି କରି ଆଗୁଆ ନନ୍‌ ‌ଷ୍ଟ୍ରାଇକର ପଟେ ଠିଆ ହୋଇଯାଏ। ଫଳରେ ସେ ବାଧ୍ୟ ହୋଇ ଷ୍ଟ୍ରାଇକ୍‌ କରିଥାନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

ନୂଆଦିଲ୍ଲୀ: ଭାରତ ଯଦି ଆଜି ଦ୍ରୁତ‌‌ ବୋଲରଙ୍କ ଏକ ଶକ୍ତି ଭାବେ ଉଭା ହୋଇଛି ତା’ ପଛରେ ସେମାନଙ୍କ ଫିଟନେସ୍‌ ସ୍ତର ଓ କ୍ରୀଡ଼ା ସଂସ୍କୃତିରେ ପରିବର୍ତନର ବଡ଼ ଭୂମିକା ରହିଛି ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନୁଭବ କରିଛନ୍ତି। ଭାରତର ଅନ୍ୟତମ ସର୍ବକାଳୀନ ସଫଳ ଅଧିନାୟକଙ୍କ ମଧ୍ୟରେ ପରିଗଣିତ ଗାଙ୍ଗୁଲି କହିଛନ୍ତି ସଫଳତା ପଛରେ ଫିଟନେସ୍‌ ମୁଖ୍ୟ ହୋଇଥିବାବେଳେ ଏହାର ଶ୍ରେୟ ମଧ୍ୟ ଟ୍ରେନର୍‌ ଓ ପ୍ରଶିକ୍ଷକଙ୍କୁ ଯିବ। କେବଳ ବୋଲିଂ ନୁହେଁ ବ୍ୟାଟିରଙ୍କ ପାଇଁ ମଧ୍ୟ ଏହା ଫାଇଦା ଆଣିଛି। ଫିଟ୍‌ ରହିଲେ ଆମେ ଦୃଢ଼ ହୋଇପାରିବା ଏବଂ ଦ୍ରୁତ ଗତିରେ ବୋଲିଂ କରିପାରିବା ବୋଲି ବୋଲରଙ୍କ ମଧ୍ୟରେ ବିଶ୍ବାସ ଆସିଛି। ଜଭାଗାଲ ଶ୍ରୀନାଥ, ଭେଙ୍କଟେଶ ପ୍ରସାଦ, ଜାହିର ଖାନ୍‌, ଆଶିଷ ନେହେରା, ଅଜିତ ଅଗରକର, ଇଫ୍ରାନ୍ ପଠାନଙ୍କ ଅବଦାନରୁ ଭାରତର ଦ୍ରୁତ ବୋଲିଂ ଆଗକୁ ବଢ଼ିଥିଲା। କିନ୍ତୁ ଯଶପ୍ରୀତ ବୁମରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଭୁବନେଶ୍ବର କୁମାର, ଉମେଶ ଯାଦବ ଏବେ ବିଶ୍ବର ଶ୍ରେଷ୍ଠ ୟୁନିଟ୍‌ ଭାବେ ଉଭା ହୋଇଥିଲେ। ଏହି କାରଣରୁ ଭାରତ ୭୧ ବର୍ଷ ପରେ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିଥିଲା ବୋଲି ଗାଙ୍ଗୁଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର