ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ : ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବିତ

ସାଉଥହମ୍ପଟନ : ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ବିଳମ୍ବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଟସ ପଡ଼ିନଥିବାବେଳେ ମ୍ୟାଚର ପ୍ରଥମ ସେସନକୁ ବାତିଲ କରିଦିଆଯାଇଛି ।

ତେବେ ସାଉଥହମ୍ପଟନରେ କେବଳ ଆଜି ନୁହେଁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ବ୍ରିଟିଶ ପାଣିପାଗ ବିଭାଗ । ଏଣୁ ମ୍ୟାଚର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି । ଏହି ମ୍ୟାଚ ପାଇଁ ଗୋଟିଏ ଦିନ ଅର୍ଥାତ ୨୩ ତାରିଖ ରିଜର୍ଭ ଡେ ବା ସଂରକ୍ଷିତ ଦିବସ ଥିଲେ ବି ସେ ଦିନ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ ଆୟୋଜକ ଓ ଆଇସିସି ଚିନ୍ତାରେ ପଡ଼ିଯାଇଛି । ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

ଭାରତୀୟ ଦଳ ୬ଟି ସିରିଜରୁ ୫ଟି ରେ ବିଜୟ ହାସଲ କରି ୧ନଂ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ଦଳ ୨ୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲା ।

ସମ୍ବନ୍ଧିତ ଖବର