ଜିଲ୍ଲା ସଂସ୍କୃତିଭବନ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ

The Rajya Sabha MP visited the district Sanskriti Bhavan

ଭବାନୀପାଟଣା: କରୋନାର ପ୍ରାର୍ଦୁଭାବ କ୍ରମଶଃ ବଢ଼ିଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ ପୂର୍ବକ ତାହାର ନୀରିକ୍ଷଣ କରିଛନ୍ତି
ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ଏହି କ୍ରମରେ ଆଜି ସେ ଭବାନୀପାଟଣା ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିଦର୍ଶନରେ ଆସି ପରିସରରେ ଥିବା ଜିଲ୍ଲା ପାଠାଗାର, ଜିଲ୍ଲା ମ୍ୟଜିୟମ ବୁଲି ବୁଲି ଦେଖିଥିଲେ । କାର୍ଯ୍ୟାଳୟର ଅଭାବ ଅସୁବିଧା ସଂପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରାଙ୍କୁ ସାଂସଦ ପଚାରି ବୁଝିଥିଲେ । ତାଙ୍କ ସହ ପୂର୍ବ ନଗରପାଳ ଆଦିତ୍ୟ ନନ୍ଦ, ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ ଉପସ୍ଥିତ ଥିଲେ । ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ, ନୂଆ ଲାଇବ୍ରେରୀ ଗୃହ ତଥା ଆଦିବାସୀ ମ୍ୟୁଜିୟମ ଓ ଅତ୍ୟାଧୁନିକ ମ୍ୟୁଜିୟମ ନିର୍ମାଣ ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ ସାଂସଦଙ୍କୁ ନିବେଦନ କରିଥିଲେ ।

ସମ୍ବନ୍ଧିତ ଖବର