୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ ୧୩୪୬୮ ଛାତ୍ରଛାତ୍ରୀ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିଭିତରୁ ୧୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏଥିରେ ଦୁଇଟି ଲେଖାଏଁ ସେକ୍ସନ୍ ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରତି ସେକ୍ସନରେ ୬୪ ଜଣ ଲେଖାଏଁ  ମୋଟ ୧୨୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ବାରା ରାଜ୍ୟରେ ୧୦୬ ସରକାରୀ ବିଦ୍ୟାଳୟରେ ମୋଟ ୧୩,୪୬୮ଟି ସିଟ୍ ନାମ ଲେଖା ପାଇଁ ବୃଦ୍ଧି ପାଇବ।

ସଂପ୍ରତି ପ୍ରଧାନ ଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛିା ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛିା

ସମ୍ବନ୍ଧିତ ଖବର