ସରକାରୀ କର୍ମଚାରୀଙ୍କୁ ଥଣ୍ଡା-ଜ୍ୱର ହୋଇଥିଲେ ମିଳିବ ୧୪ ଦିନର ଛୁଟି

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ଥଣ୍ଡା-ଜ୍ଵର ହୋଇଥିଲେ ମିଳିବ ୧୪ ଦିନର ଛୁଟି | କରୋନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି | ୧୪ ଦିନ ପାଇଁ ହୋମ ଆଇସୋଲେସନରେ କର୍ମଚାରୀ ରହିବେ ବୋଲି କୁହାଯାଇଛି | ସେହିପରି ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କରୋନାର ଭୟାବହତାକୁ ନଜରରେ ରଖି ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ନୂଆ କଟକଣା ଜାରି ହୋଇଛି ।

ଲୋକସେବା ଭବନକୁ କେବଳ କର୍ମଚାରୀ ମାନେ ଯାଇପାରିବେ । କେବଳ ଏତିକି ନୁହେଁ ଭିଜିଟର ପାସ ବି ବାତିଲ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । ଅନ୍ୟପଟେ ସରକାରୀଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଛି ।

ସରକାର କରୋନା ମୁକାବିଲା ପାଇଁ ସର୍ବଦା ସତର୍କ ଅଛନ୍ତି । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ ।

ସମ୍ବନ୍ଧିତ ଖବର