୫ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୪୪ ପୁଲିସ

ଭୁବନେଶ୍ୱର : ୨୦୧୪ ମସିହାରୁ ଚଳିତ ବର୍ଷ ଜୁନ୍‌ ମାସ ପର୍ଯ୍ୟନ୍ତ ରାଜ୍ୟରେ ୧୪୪ ଜଣ ପୁଲିସ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବିଜେପି ବିଧାୟକ ଅଙ୍ଗଦ କହଁରଙ୍କ ପ୍ରଶ୍ନର ଉତ୍ତରରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ଏହି ସୂଚନା ଦେଇଛନ୍ତି।

ମାମଲା ରଫାଦଫା, ଅଭିଯୁକ୍ତ ନାମକୁ ଏତଲାରୁ କାଟିବା, ଦଫା କୋହଳ କରିବା ପ୍ରଭୃତି ମାମଲାରେ ଲାଞ୍ଚ ନେବା ବେଳେ ପୁଲିସ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବେଳ‌େ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଧ୍ୟ କେତେକ ଅଫିସର ଓ କର୍ମଚାରୀ ଫସିଛନ୍ତି। ସେମାନଙ୍କ ନାମରେ ମାମଲା ବିଚାରାଧୀନ ରହିଛି। ୫ ବର୍ଷରେ ୧୪୪ ପୁଲିସ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ମାସକୁ ଦୁଇ ଜଣ ପୁଲିସ ଭିଜିଲାନ୍ସ ହାତରେ ଧରାପଡ଼ୁଥିବା ଏଥିରୁ ସ୍ପଷ୍ଟ ହେଉଛି।

ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଜଣାପଡ଼ିଛି କି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଏଏସ୍‌ଆଇ ଜମ୍ବେଶ୍ବର ଦିପ୍‌ ୧୧ ଦିନ ଜେଲ୍‌ରେ ‌ରହିବା ପରେ ଜାମିନ୍‌ରେ ଫେରିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଥାନା ପକ୍ଷରୁ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯାଇଛି। ଏହା ବିଚାରାଧୀନ ରହିଛି। ୨୦୧୫ ମସିହା ଫେବୃଆରୀ ୧୩ ତାରିଖରେ ଜମ୍ବେଶ୍ବର ଧରା ପଡ଼ିଥିଲେ। ଏକ ମାମଲା ରଫାଦଫା କରିବା ପାଇଁ ଜଡ଼ାପୋଲ ଗ୍ରାମର ଲାଲମଣୀ ନାଏକଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ସମ୍ବନ୍ଧିତ ଖବର