କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ : ବାରିପଦାରେ ୧୯ ଦୋକାନ ସିଲ୍

ବାରିପଦା : ବାରିପଦା ଟାଉନ୍ ଥାନା ଅଧିନରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୯ଟି ଭିନ୍ନ ଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି। ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ମଙ୍ଗଳବାର ଦିନ ବାରିପଦା ସହରରେ ସାମାଜିକ ଦୂରତା ତଥା କୋଭିଡ୍ ନିମୟ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ। ଆଜି ଏନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ସହଯୋଗରେ ବାରିପଦା ପୌରାଞ୍ଚଳରେ ଏପରି ନିୟମ ଉଂଲଘନ କରୁଥିବା ଅଭିଯୋଗରେ ୧୯ଟି ଦୋକାନକୁ ସିଲ୍ କରାଯାଇଛି।

କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାବସାୟିକ ଅନୁଷ୍ଠାନ,ବଣିକ ସଂଘ, ଦୋକାନ, ପରିବା ହାଟ ଆଦି ଗୁଡ଼ିକରେ ସାମାଜିକ ଦୂରତ୍ୱ ବଜାଇ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ପାଳନ ନକଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି। ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍, ଟାଉନ୍ ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରମୁଖ ଦୋକାନଗୁଡ଼ିକୁ ସିଲ୍ କରିଥିଲେ।

ସମ୍ବନ୍ଧିତ ଖବର