କାମାକ୍ଷାନଗରରେ ଅଗ୍ନିକାଣ୍ଡ , ୨ ନାବାଳକଙ୍କର ମୃତ୍ୟୁ

କାମାକ୍ଷାନଗର: ଘରେ ନିଆଁ ଲାଗି ୨ ନାବାଳକଙ୍କର ମୃତ୍ୟୁ | ଅନୁଗୁଳ ଜିଲ୍ଲା ସୋଗର ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଗାଁର ସରୋଜ କୁମାରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା ।

ଏହି ଅଗ୍ନିକାଣ୍ଡରେ ଦୁଇଜଣ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଏହି ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଏବେ ବି ଘର ଭିତରେ ଅନେକ ଲୋକ ରହିଯାଇଥିବା ଅନୁମାନ କରାଯାଉଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଉଦ୍ୟମ ଚାଲିଛି ।

ସମ୍ବନ୍ଧିତ ଖବର