ତିନି ନକଲି ଜର୍ଦା ବେପାରୀକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ, ୧୦ ଲକ୍ଷ ଟଙ୍କାର ନକଲି ଜର୍ଦା ଜବତ

ରାଉରକେଲା: ସହରରେ ନକଲି ଜର୍ଦ୍ଦା ତିଆରି କରି ବିକିବା ତିନି ବେପାରୀକୁ ମହଙ୍ଗା ପଡିଛି। ସେମାନଙ୍କୁ ବାନ୍ଧିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ଗିରଫ ବେପାରୀମାନେ ହେଲେ ଉଦିତନଗରର ଶ୍ୟାମସୁନ୍ଦର ଚଣ୍ଡୁ, ସେକ୍ଟର-୫ର କମଲ ଲୋଚନ ସାହୁ, ଜିଟି ଲେନ୍‌ର ଟିପୁ ଚୌରାସିଆ। ଏମାନଙ୍କ ଦୋକନାରୁ ୩ କ୍ବିଣ୍ଟାଲରୁ ଅଧିକ ନକଲି ଜର୍ଦ୍ଦା ଜବତ କରାଯାଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ। ଗିରଫ ବେପାରୀମାନେ ନିଜ ନିଜ ଗୋଦାମରେ ନକଲି ଜର୍ଦ୍ଦା ତିଆରି କରି ବିକୁଥିଲେ। ଏମାନଙ୍କ ନାଁରେ ପ୍ଲାଣ୍ଟସାଇଟ୍‌ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି।

କେବଳ ରାଉରକେଲା ସହର ନୁହେଁ ସୁନ୍ଦରଗଡ ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ଦୋକାନକୁ ‌ଯୋଗାଣ କରୁଥିଲେ। ଗତକାଲି ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଉଦିତନଗର, ପ୍ଲାଣ୍ଟସାଇଟ୍‌, ଜିଟି ଲେନ୍‌ ସମେତ ଇସ୍ପାତ ସହରାଞ୍ଚଳର ବିଭିନ୍ନ ମାର୍କେଟରେ ଚଢ଼ଉ କରି ବିକ୍ରି ହେଉଥିବା ପାନ ମସଲା ଓ ଜର୍ଦ୍ଦା ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର