ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ନିଲିଗୁଡ଼ା ସ୍ଥିତ ଶାବେରୀ ନଦୀରେ ଡଙ୍ଗାବୁଡ଼ି; ୩ ନିଖୋଜ

ପଡିଆ : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ିଆ ବ୍ଲକ୍‌ ଅନ୍ତର୍ଗତ ନିଲିଗୁଡ଼ା ସ୍ଥିତ ଶାବେରୀ ନଦୀରେ ଆଜି ଏକ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମାଟେରୁ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡ଼ା ଗ୍ରାମର ରାଜା କବାସିଙ୍କ ଦୁଇ ଝିଅ ଓ ଜଣେ ଯୁବକ ଅପରାହ୍ନରେ କୌଣସି କାମରେ ଶାବେରୀ ନଦୀ ପାରି ହେବା ପାଇଁ ବାହାରିଥିଲେ। ତେବେ କିଛି ସମୟ ପରେ ଡଙ୍ଗାଟି ମଝି ନଈରେ ବୁଡ଼ିଯିବା ସହ ୩ ଜଣ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ, ପୁଲିସ  ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ମାତ୍ର ରାତି ଅନ୍ଧରା ଭିତରେ ଉଦ୍ଧାର କାର୍ଯ୍ୟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର