ନବୋଦୟ ବିଦ୍ୟାଳୟର ୩୬ ଛାତ୍ରଛାତ୍ରୀ କରୋନା ସଂକ୍ରମିତ!

ସୁନ୍ଦରଗଡ଼/ଲେଫ୍ରିପଡା: ସୁନ୍ଦରଗଡ଼ ନିକଟସ୍ଥ ଜିଂକ୍‌ନଗର ଜବାହାର ନବୋଦୟ ବିଦ୍ୟାଳୟର ୩୬ ଛାତ୍ରଛତ୍ରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ‌ମଙ୍ଗଳବାର ସକାଳେ ବିଦ୍ୟାଳୟର ୧୫ ଜଣ ପିଲା ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍‌ ପରୀକ୍ଷା ପାଇଁ ଯାଇଥିଲେ। ଆଣ୍ଟିଜେନ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଥିବା କୁହାଯାଉଛି।

ପରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ଜଗଦୀଶ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ନବୋଦୟ ବିଦ୍ୟାଳୟ ପହଞ୍ଚି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରିଥିବା ଜଣାପଡିଛି। ତେବେ ମୋଟ୍‌ କେତେ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି, ସେନେଇ ବିଦ୍ୟାଳୟ ଅଧ୍ୟକ୍ଷ କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ସ୍ପଷ୍ଟ ସୂଚନା ଦେବାକୁ ମନା କରିଦେଇଥିବା ବେଳେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରାୟ ୩୬ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି।

ସମ୍ବନ୍ଧିତ ଖବର