କରୋନାର ୩ୟ ଲହରର ମୁକାବିଲା ପାଇଁ ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ଦରକାର: ଅଶୋକ ମହାପାତ୍ର

ଭୁବନେଶ୍ୱର: କରୋନାର ପ୍ରଥମ ଲହରରେ ଓଡ଼ିଶାରୁ ଦୈନିକ ସର୍ବାଧିକ ୪୫୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଦ୍ୱିତୀୟ ଲହରରେ ରାଜ୍ୟରୁ ୧୨ ହଜାର ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହୋଇଥିଲେ। ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର ଏହାି କହିଛନ୍ତିି। ପ୍ରଥମ ଲହରରେ ୪୦ ଜଣଙ୍କର ମୃତ୍ୟୁ ହେଉଥିଲା ବେଳେ ଦ୍ୱିତୀୟ ଲହରରେ ଏହା ୬୦ରୁ ଅଧିକ ହୋଇଛି। ଅର୍ଥାତ ପ୍ରଥମ ଲହର ତୁଳନାରେ ବର୍ତ୍ତମାନର ଲହରରେ ମୃତ୍ୟୁ ସଂଖ୍ୟା ୫ ଗୁଣା ଅଧିକ। ତେଣୁ ସରକାର ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ଦରକାର।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦେଶରେ ପ୍ରଥମ ଲହରରେ ଭାରତର ୩୦ ପ୍ରତିଶତ ପିଲା ଓ ଦ୍ଵତୀୟ ଲହରରେ ୩୧ପ୍ରତିଶତ ପିଲା ଆକ୍ରାନ୍ତ ହୋଇଥିଲେ। ଦେଶରେ ପ୍ରାୟ ପିଲା ସଂଖ୍ୟା ୪୫କୋଟି ଅଛନ୍ତି, ଯେଉଁମାନେ କି ଟିକା ନେଇ ନାହିଁନ୍ତି। ୧୦ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ବିପଦ ଅଛି। ସ୍କୁଲ ପିଲାଙ୍କର ଆରଟିପିସିଆର କରିବା, ବୁଲାବୁଲି ନ କରିବାକୁ ପିଲାଙ୍କୁ ବୁଝାଇବା, ଡାକ୍ତର, ଭେଣ୍ଟିଲେଟର, ଆଇସିୟୁ, ଅକ୍ସିଜେନ ବଢ଼ାଇବା ଦରକାର ବୋଲି ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର କହିଛନ୍ତି।

ଦେଶରେ ଏବେ କରୋନା ଭାଇରସ ମହାମାରୀର ୩ୟ ଲହର ଆରମ୍ଭ ହୋଇସାରିଛି। କେବଳ କେରଳ ଓ ମହାରାଷ୍ଟ୍ରରେ ଦୈନିକ ୨୫ ହଜାର ଲୋକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ରୁ ୩୦୦ ରହୁଛି। ଯେତେବେଳେ ଓଡ଼ିଶାରେ ଦ୍ୱିତୀୟ ଲହର ପିକ୍‌ରେ ଥିଲା, ସେତେବେଳେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଅତିକ୍ରମ କରିଥିଲା ଏବଂ ୧୨ରୁ ୧୫ ଜଣ ଲୋକଙ୍କର ମୃତ୍ୟୁ ହେଉଥିଲା। ଆଇସିଏମ୍‌ଆର ଓ ଭାରତ ସରକାର, ମାନନ୍ତୁ କି ନମାନୁ ଆମେ ଏହାକୁ ତୃତୀୟ ଲହର ଚାଲିଛି ବୋଲି କହିବା।

କୋଭିଡ଼ ଭୂତାଣୁ ବାୟୁ ମାଧ୍ୟମରେ ଆସି ପାରିବ ନାହିଁ। ତେଣୁ ରାଜସ୍ଥାନ, ମହାରାଷ୍ଟ୍ର, କେରଳରୁ ଯଦି ଲୋକ ବିମାନ, ରେଳ, ବସ୍‌ ଯୋଗେ ଓଡ଼ିଶା ଆସିବେ ତାଙ୍କୁ ଆଇସୋଲେଟେଡ କରି ରଖାଯିବ ନାହିଁ ତେବେ ସଂକ୍ରମଣ ବ୍ୟାପକ ହେବ ବୋଲି ଶ୍ରୀ ମହପାତ୍ର କହିଛନ୍ତି।

ତୃତୀୟ ଲହର କେତେ ପ୍ରଭାବଶାଳୀ ହେବ, ତାହା ଆକଳନ ସମ୍ଭବ ନୁହେଁ। କେଉଁ ପ୍ରକାର ଭାଇରସ ଆସିବ ଡେଲଟା ଆସିବ କି ଡେଲଟା+ ଆସିବ। କି ଆଉ କିଛି ନୂଆ ମୁଟେସନ ଆସିବ ତାହା ଆମେ ଜାଣିନାହୁଁ। ତେଣୁ ଓଡ଼ିଶାରେ ତୃତୀୟ ଲହର ଆସିବା ପୂର୍ବରୁ ଯୁଦ୍ଧକାଳୀନ ସ୍ତରରେ ପ୍ରସ୍ତୁତ ହେବାକୁ ହେବ। ପ୍ରଥମ ଲହରର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା କଥା କୁହାଗଲା। କିନ୍ତୁ ଅବସ୍ଥା ଏମିତି ହେଲା ଲୋକଙ୍କୁ ଆମେ ଅକ୍ସିଜେନ ବି ଦେଇପାରିଲେ ନାହିଁ।

ସମ୍ବନ୍ଧିତ ଖବର