ଓଡ଼ିଶାରେ ପହଞ୍ଚିଲା ୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ଆଜି ମୋଟ ୪ଟି ଟ୍ରେନ୍‌ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଛି। ଏଥିମଧ୍ୟରୁ ବଲାଙ୍ଗୀରକୁ ୩ଟି ଓ ବାଲେଶ୍ବରକୁ ଗୋଟିଏ ଟ୍ରେନ୍‌ ଆସିଛି। ବିଶାଖାପାଟଣା, ଗୁଜୁରାଟର ରାଜକୋଟ ଓ ତାମିଲନାଡ଼ୁର ତିରୁଭାଲ୍ଲୁରରୁ ବଲାଙ୍ଗୀର ଅଭିମୁଖେ ଗୋଟିଏ ଲେଖାଏ ଟ୍ରେନ୍‌ ଆସିଥିବା ବେଳେ ଗୁଜୁରାଟର ମୁରବୀରୁ ବାଲେଶ୍ବରକୁ ଗୋଟିଏ ଟ୍ରେନ୍‌ ଆସିଛି। ଏହି ଟ୍ରେନ୍‌ଗୁଡ଼ିକରେ ୪୫୦୦ ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡ଼ିଛି। ଗୁଜୁରାଟର ରାଜକୋଟରୁ ବାହାରିଥିବା ଏହି ଟ୍ରେନ୍‌ ମଙ୍ଗଳବାର ଭବାନୀପାଟଣାରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର