ବିଜେପିରେ ଯୋଗଦାନ ଖବରକୁ କଂଗ୍ରେସ ମୁଖପାତ୍ରଙ୍କ ଖଣ୍ଡନ

ଜଳେଶ୍ବର : ଆଜି ଏକ ନିର୍ଦ୍ଦିଷ୍ଟ ମୁଦ୍ରିତ ଗଣମାଧ୍ୟମରେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ବିଜେପିରେ ଯୋଗ ଦେବାକୁ ନେଇ ଯେଉଁ ଖବର ପ୍ରକାଶ ପାଇଛି. ତାହାକୁ କପୋଳକଳ୍ପିତ ବୋଲି କହିଛନ୍ତି ଶ୍ରୀ ଦାସ। ଆଜି ଜଳେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବିଜେପିରେ ଯୋଗଦାନ ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, ଏକ ଆଦର୍ଶଗତ ବିଚାରକୁ ନେଇ ସେ ରାଜନୀତିକୁ ଆସିଛନ୍ତି। ଯାହା ଧର୍ମନିରପେକ୍ଷତା, ଗଣତନ୍ତ୍ର, ସମାଜବାଦ ଓ ସଂଘୀୟ ବ୍ୟବସ୍ଥା ଉପରେ ଆଧାରିତ। ତେବେ ବିଜେପିର ରାଜନୀତି ଏହାର ପରିପନ୍ଥୀ। ଗତ ୨୨ ତାରିଖରେ ଜଳେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସାକ୍ଷାତ କରି ଜଲେଶ୍ବରର ସମସ୍ୟା ପ୍ରସଂଗରେ ଆଲୋଚନା କରିଥିଲେ। ଏହାକୁ ରାଜନୈତିକ ରଙ୍ଗ ଦେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଦାସ, ହେମନ୍ତ ଗିରି, ଜଗଦୀଶ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର