ଏକାମ୍ର କ୍ଷେତ୍ର ବୁଲିଲେ ୫ ‘ଟି’ ସଚିବ, ପୂର୍ତ୍ତ ସଚିବ

ଭୁବ‌େନଶ୍ବର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅକ୍ଟୋବର ୩୧ରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ‘ଏକାମ୍ର କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କମିଟି’ ଗଠନ କରାଯିବା ପରେ ଆଜି ଭୋର୍‌ରୁ ୫ ‘ଟି’ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଏବଂ ପୂର୍ତ୍ତ ସଚିବ କ୍ରିଷନ କୁମାର ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି।

ପାଣ୍ଡିଆନଙ୍କ ନେତୃତ୍ବରେ ପୂର୍ତ୍ତ ସଚିବ, ଭୁବନେଶ୍ବର ଡିସିପି ଅନୁପ ସାହୁ, ଭୁବନେଶ୍ବର ଏଡିଏମ୍ ଅରୁଣ କୁମାର ବେହେରା, ଖୋର୍ଦ୍ଧା ଏଡିଏମ୍ ମନୋରଂଜନ ମଲ୍ଲିକ, ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପ୍ରମୁଖ ଲିଙ୍ଗରାଜ ମନ୍ଦିର ଚାରିପାଖ ବୁଲିବା ସହ ନୂଆ ଓ ପୁରୁଣା ଲିଙ୍ଗରାଜ ମାର୍କେଟ ଅଞ୍ଚଳ, ବିନ୍ଦୁସାଗର କୂଳ ଆଦି ବୁଲି ଦେଖିଥିଲେ। ଏହି ଅଧିକାରୀମାନେ ଭୋର୍‌ ୩ଟା ୪୫ପାଖାପାଖି ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ଗାଡ଼ି ରଖି ଚାଲି ଚାଲି ଏହି ସବୁ ଅଞ୍ଚଳ ବୁଲିଥିଲେ। ପ୍ରାୟ ଘଣ୍ଟାଏ କାଳ ବୁଲିବା ପରେ ଭୋର୍‌ ୪ଟା ୪୫ରେ ଶ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଏକାଠି ହୋଇ ମନ୍ଦିର ଚାରିପାଖକୁ ନେଇ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନକ୍ସା ଉପରେ ଆଲୋଚନା କରିଥିଲେ। ଭୋର୍‌ ୫ଟାରେ ଅଧିକାରୀମାନେ ଫେରିଥିଲେ।

ସମ୍ବନ୍ଧିତ ଖବର