ନନ୍ଦନକାନନରେ କଲରାପତରିଆ ବାଘର ମୃତ୍ୟୁ; ଦେଢ଼ମାସ ହେବ ଟିଙ୍କଜନିତ ରକ୍ତ ସଂକ୍ରମଣରେ ପୀଡ଼ିତ ଥିଲା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବୁଧବାର ଜଣାପଡ଼ିଛି। ମୃତ ପୁରୁଷ କଲାରାପତରିଆ ବାଘର ନାମ ସୁରଜ(୧୬) ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବାଘ ସୁରଜର ବୟସ ହୋଇଯାଇଥିଲା। ଗତ ଦେଢ଼ ମାସ ହେବ ଟିଙ୍କଜନିତ ରକ୍ତ ସଂକ୍ରମଣରେ ପୀଡ଼ିତ ଥାଇ ସେ ଚିିକିତ୍ସିତ ହେଉଥିଲା। ଏଥିସହିତ କିଛିଦିନ ହେବ ଡାଏରିଆ ହୋଇ ବାଘ ଖିଆପିଆ ଛାଡ଼ି ଦେଇଥିଲା। ଫଳରେ ସେ ଦୁର୍ବଳ ହୋଇପଡ଼ିଥିଲା। ନିଶ୍ୱାସ-ପ୍ରଶ୍ୱାସ ନେବାରେ ସୁରଜକୁ ଅସୁବିଧା ହେଉଥିଲା। କିନ୍ତୁ ଚିକିତ୍ସା ପରେ ଏଥିରେ ଉନ୍ନତି ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଗତକାଲି (ମଙ୍ଗଳବାର)  ରାତି ପ୍ରାୟ ୧୧ଟାରେ ତାର ମୃତ୍ୟୁ ହୋଇଯାଇଛି।

Image result for nandankanan

ସୁରଜକୁ ଜୁଲାଇ ୨୦୦୪ରେ ଭଞ୍ଜନଗରରୁ ୩-୪ ମାସ ବୟସରେ ନନ୍ଦନକାନନକୁ ଅଣାଯାଇଥିଲା। ସୁରଜର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ୩ ଅଣ୍ଡିରା ଏବଂ ୨ମାଈ ଏପରି ୫ଟି କଲରାପତରିଆ ବାଘ ଅଛନ୍ତି।

ଅପରପକ୍ଷରେ ଏବେ ନନ୍ଦନକାନନରେ ଆଉ ୪ ନୂଆ ସିଂହଙ୍କୁ ଦେଖିବାକୁ ମିଳିବ। ଏହି ୪ଟି ସିଂହ ଛୁଆଙ୍କୁ ଛତିଶଗଡ଼ରୁ ନନ୍ଦନକାନନକୁ ଅଣାଯାଇଛି। ୪ ସିଂହଙ୍କ ମଧ୍ୟରେ ୨ଟି ଅଣ୍ଡିରା ଓ ୨ଟି ମାଈ ସିଂହ ରହିଛନ୍ତି। ଏମାନଙ୍କ ସହ ୨ଟି କୋକିଶିଆଳିଙ୍କୁ ବି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି।

ସମ୍ବନ୍ଧିତ ଖବର