୨ କୋଇଲା ବୋଝେଇ ହାୱା ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ବ୍ରିଜ ନିକଟରେ ଦୁଇଟି କୋଇଲା ବୋଝେଇ ହାଇୱା ମୁହାମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ହାଇୱା (ଓଡି ୧୬ଏଫ୍‌-୩୬୧୧) ଡ୍ରାଇଭରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇ ଷ୍ଟେରିଙ୍ଗରେ ଫସି ରହିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅନ୍ୟ ହାଇୱା ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର