କୋଭିଡ୍‌ ନିୟମ ମାନି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ‘ଆକାଶ’

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ହ୍ୟାଣ୍ଡସମ୍‌ ଅଭିନେତା, ପୂର୍ବତନ ବିଧାୟକ, ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ’ ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରି ଆସୁଥିଲେ। ସେ ଅନାଥ ଆଶ୍ରମ, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପ୍ରତିବର୍ଷ ଜନ୍ମଦିନ ପାଳନ କରିଆସୁଥିଲେ। କୋଭିଡ୍‌-୧୯ ପାଇଁ ଏ ବର୍ଷ ସେ ତାଙ୍କ ଜନ୍ମଦିନକୁ ସମଦୂରତ୍ୱ ରକ୍ଷା କରିବା ପାଇଁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଏ ବର୍ଷ ସେ ଭିଡିଓ କଲ ମାଧ୍ୟମରେ ‘ଆଶା କିରଣ’ ବୃଦ୍ଧାଶ୍ରମର ଅନ୍ତେବାସୀ ଏବଂ ‘ଦିବ୍ୟ ଜ୍ୟୋତି’ ସେବାଶ୍ରମର ପିଲାମାନଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନେ ଆକାଶଙ୍କୁ ତାଙ୍କ ଜନ୍ମଦିନ ଉପଲକ୍ଷେ ଭିଡିଓ କଲ୍‌ ମାଧ୍ୟମରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍‌ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଦିବ୍ୟ ଜ୍ୟୋତି ସେବାଶ୍ରମର ପିଲାମାନେ ଆକଶଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ କୋଭିଡ୍‌ ପରେ ତାଙ୍କୁ ଦେଖା କରିବା ପାଇଁ ଅନୁରୋଧ କରିଛନ୍ତି। ସେମାନେ ନାଚଗୀତ ମାଧ୍ୟମରେ ଆକାଶଙ୍କୁ ଜନ୍ମଦିନର ଭେଟି ଦେଇଛନ୍ତିି। ଆକାଶ ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ସେମାନଙ୍କ ସହିତ ଗୀତ ଗାଇ ଜନ୍ମଦିନ ପାଳନ କରିଛନ୍ତି।

ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀ ଓ ସେବାଶ୍ରମ ପିଲାମାନଙ୍କ ସହିତ ଭିଡିଓ କଲ୍‌ ମାଧ୍ୟମରେ ଖୁସି ବାଣ୍ଟିଥିଲେ। ସେ କହିଥିଲେ ‘ଖୁସି ବାଣ୍ଟିଲେ ଖୁସି ବଢ଼େ’। ଆକାଶଙ୍କର ସିନେ ପ୍ରଶଂସଙ୍କ, ରାଜନୈତିକ ପ୍ରଶଂସଙ୍କ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତ୍ତା ଦେଇ ଅନୁରୋଧ କରିଛନ୍ତି ଯେ, ସମସ୍ତେ ଘରେ ରୁହନ୍ତୁ, ମାସ୍କ୍‌ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ବାହାରକୁ ବାହାରନ୍ତୁ, କୋଭିଡରୁ ରକ୍ଷା ପାଆନ୍ତୁ।

ସମ୍ବନ୍ଧିତ ଖବର