ପୁଣି ରାଜନଗର ରାଜନୀତି ସରଗରମ: ଅଶୋକ ଗଲେ କଂଗ୍ରେସ, ଅଲେଖଙ୍କ ଗତି କୁଆଡେ଼?

ଅଲେଖ ସମର୍ଥକ ଖପ୍ପା, ବିଜେପି ସଭାପତିଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା: ରାଜନଗର ନିର୍ବାଚନମଣ୍ତଳୀ ରାଜନୀତି ଚଳିତ ସାଧାରଣ ନିର୍ବାଚନ ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। କଂ‌ଗ୍ରେସ ଛାଡି ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହେବା ପରଠାରୁ ଚର୍ଚ୍ଚାରେ ରହିଥିବା ରାଜନଗର ରାଜନୀତି ଏବେ ବିଜେପି ଟିକେଟ ଓ ଅଶୋକ ପ୍ରତିହାରୀଙ୍କ ବିଜେଡି ଛାଡି କଂଗ୍ରେସରେ ଯୋଗଦାନ ଘଟଣାକୁ ନେଇ ସରଗରମ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପ ସଭାପତି ଥିବା ଅଶୋକ କୁମାର ପ୍ରତିହାରୀ ଦଳ ଛାଡ଼ି ଏବେ କଂଗ୍ରେସକୁ ଯାଇ ସେଠାରୁ ଟିକେଟ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏପଟେ ବରିଷ୍ଠ ନେତା ଅଲେଖ ଜେନାଙ୍କୁ ବିଜେପି ଟିକେଟ୍‌ ନ ଦେଇ ଯୁବ ଚେହେରା ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି। ଚର୍ଚ୍ଚା ମୁତାବକ ଯଦି ଅଶୋକ କ˚ଗ୍ରେସର ବିଧାୟକ ପ୍ରାର୍ଥୀ ହୁଅନ୍ତି, ତେବେ ଅଲେଖଙ୍କ ଭବିଷ୍ୟତ କ’ଣ ହେବ? ପୂର୍ବରୁ ଅଲେଖ ବିଜେପି ଟିକେଟ ନ ପାଇଲେ ହୁଏତ କଂଗ୍ରେସକୁ ଯାଇ ଟିକେଟ ନେବା ଆକଳନ କରାଯାଉଥିଲା। ଏଭଳି ସ୍ଥିତିରେ ଅଲେଖ ଏବେ ବିଜେପିରେ ରହିବେ ନା’ କୌଣସି ବିକଳ୍ପ ପଦକ୍ଷେପ ନେବେ ତାହା ଉପରେ ସମ‌ସ୍ତଙ୍କ ନଜର ରହିଛି। ଆଜି ଅଲେଖଙ୍କ ସମର୍ଥକମାନେ ଦଳୀୟ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରାର୍ଥୀ ବଦଳାଇବାକୁ ଦାବି କରିଛନ୍ତି।

ଅଶୋକ ଗଲେ କଂଗ୍ରେସ, ଅଲେଖଙ୍କ ଗତି କୁଆଡେ଼?
ଅଲେଖ ସମର୍ଥକ ଖପ୍ପା, ବିଜେପି ସଭାପତିଙ୍କ କୁଶପୁତ୍ତଳିକା ଦାହ
ଆଗକୁ ଜିଲ୍ଲାପରିଷଦ ଉପସଭାପତି ପଦ ହରାଇବେ ଅଶୋକ!

ରାଜନଗର ନିର୍ବାଚନମଣ୍ତଳୀ ପାଇଁ ବିଜେଡି ବହୁ ପୂର୍ବରୁ ବିଧାୟକ ଧ୍ରୁବଚରଣ ସାହୁଙ୍କୁ ପ୍ରାର୍ଥୀ କରି ସାରିଛି। ବିଜେପି ଅଲେଖଙ୍କ ବଦଳରେ ନୂଆ ଚେହେରା ରୂପେ ଲଳିତଙ୍କୁ ମଇଦାନକୁ ଉତାରିଥିବା ବେଳେ କ˚ଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ପୂର୍ବରୁ କ˚ଗ୍ରେସ ଟିକେଟ୍‌ରୁ ୨୦୧୪ ଓ ୨୦୧୯ରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତି ବର୍ତ୍ତମାନ ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅ˚ଶୁମାନଙ୍କ ସହିତ ରାଜନଗର ଓ ପଟ୍ଟାମୁଣ୍ତାଇ ବ୍ଲକ୍‌ କ˚ଗ୍ରେସରୁ ଅନେକ ସା˚ଗଠନିକ ପଦାଧିକାରୀ ବି ବିଜେଡିରେ ସାମିଲ୍‌ ହୋଇଯାଇଛନ୍ତି। ଏପ୍ରକାର ପରିସ୍ଥିତିରେ ଅଶୋକ କ˚ଗ୍ରେସରେ ସାମିଲ୍‌ ହେଇଯାଇଥିବାରୁ ଦଳ ତାଙ୍କୁ ବିଧାୟକ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ଜୋର‌୍‌ ଧରିଛି। ଅଶୋକ ଏକଦା ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କ ଡାହାଣ ହାତ ଥିଲେ। ତିନି ଥର ରାଜନଗର ବ୍ଲକ୍‌ ବିଜେଡି ସଭାପତି ଥିଲେ। କିନ୍ତୁ ରାଜନୈତିକ ଉଚ୍ଚାକା˚କ୍ଷାକୁ ନେଇ ବିଧାୟକଙ୍କ ସହିତ ତାଙ୍କର ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଗତବର୍ଷ ଅଗଷ୍ଟ ୨୮ତାରିଖରେ ତାଙ୍କୁ ବ୍ଲକ୍‌ ବିଜେଡି ସଭାପତି ପଦବିରୁ ହଟାଇ ଦିଆଯାଇଥିଲା। କିନ୍ତୁ ବିଜେଡିରେ ଥିବାରୁ ଜିଲ୍ଲା ପରିଷଦ ଉପ ସଭାପତି ପଦବିରେ ରହିଥିଲେ। ମାତ୍ର ଦଳରୁ ଇସ୍ତଫା ଦେବା ପରେ ସେ ଆଉ ଏହି ପଦବିରେ ରହି ପାରିବେନି ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର