ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୦୮୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୨ ହଜାର ୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୯୯୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୨୧୯ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୧୪୦, ଯାଜପୁରରୁ ୧୩୩, ବୌଦ୍ଧରୁ ୮୪, ବରଗଡ଼ରୁ ୮୧, ପୁରୀରୁ ୬୩, କଳାହାଣ୍ଡିରୁ ୬୦, ଝାରସୁଗୁଡ଼ାରୁ ୫୭, କୋରାପୁଟ ଓ ସମ୍ବଲପୁରରୁ ୫୬ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ରୁ ୫୪ ଜଣ ଲେଖାଏଁ, ଭଦ୍ରକରୁ ୪୪, ବାଲେଶ୍ୱରରୁ ୪୨, ମୟୂରଭଂଜରୁ ୪୧, ନବରଂଗପୁର, ରାୟଗଡ଼ାରୁ ୩୫ ଲେଖାଏଁ, ଗଂଜାମରୁ ୩୫, କନ୍ଧମାଳ, କେନ୍ଦୁଝରରୁ ୩୧ ଲେଖାଏଁ, ନୂଆପଡ଼ାରୁ ୨୯, ଜଗତସିଂହପୁରରୁ ୨୫, ବଲାଙ୍ଗୀରରୁ ୨୧, ଗଜପତିରୁ ୧୮, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରୁ ୧୬ ଲେଖାଏଁ, ମାଲକାନଗିରିରୁ ୭ ଓ ରାଜ୍ୟପୁଲରୁ ୧୦୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧୫୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର