କେନ୍ଦ୍ରାପଡ଼ା ପ୍ରାର୍ଥିତ୍ବକୁ ନେଇ ଶାସକ-ବିରୋଧୀ ଛକାପଞ୍ଝା

ବିଜେପି, କ˚ଗ୍ରେସ ସ˚ପର୍କରେ ଦୁଇ ବିଜେଡି ନେତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାନସଭା ପ୍ରାର୍ଥୀ ଘୋଷଣାକୁ ନେଇ ଏବେ ଶାସକ-ବିରୋଧୀ ଦଳ ମଧୢରେ ଛକାପଞ୍ଝା ଲାଗି ରହିଛି। ଜିଲ୍ଲାର ଏକମାତ୍ର ସ˚ରକ୍ଷିତ ଥିବା ଏହି ଆସନରୁ ଏ ପର୍ଯ୍ୟନ୍ତ ପ୍ରମୁଖ ତିନି ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଚୟନ କରିନାହାନ୍ତି। ପ୍ରାର୍ଥୀ ଘୋଷଣାରେ କ˚ଗ୍ରେସ ସବୁଠୁ ପଛରେ ପଡ଼ି ଯାଇଥିବା ବେଳେ ବିଜେଡି ଓ ବିଜେପି ଜିଲ୍ଲାର ପାଞ୍ଚରୁ ଚାରିଟି ଆସନରେ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।  କିନ୍ତୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଅଙ୍କ ଛିଣ୍ଡୁନି। ଉଭୟ ବିଜେଡି, ବିଜେପି ପ୍ରାର୍ଥୀ ଘୋଷଣା ନ କରିବା ପଛରେ ଦୁଇଟି କାରଣ ଥାଇପାରେ ବୋଲି ରାଜୈନତିକ ସମୀକ୍ଷକ ଅନୁମାନ କରୁଛନ୍ତି। ପ୍ରଥମତଃ କେନ୍ଦ୍ରାପଡ଼ାରେ ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ଜୁନ୍‌ ୨ତାରିଖରେ ଭୋଟ୍‌ ଅଛି। ଆହୁରି ଦେଢ଼ ସମୟ ବାକି ଅଛି। ଯେହେତୁ ଏହି ଆସନରୁ ଶାସକ ଦଳରେ ଛଅ ଆଶାୟୀ ଅଛନ୍ତି, ତେଣୁ ଏତେ ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରି ଆଶାୟୀ ଓ ସେମାନଙ୍କ ସମର୍ଥକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ। ଦ୍ବିତୀୟତଃ ବିଜେପି ଓ କ˚ଗ୍ରେସ ବି ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିନାହିଁ।

ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଲେ ଦଳ ଭିତରେ ଥିବା ଆଶାୟୀ ନେତା ବିରୋଧୀ ଶିବିରକୁ ଡେଇଁ ପଡ଼ିବାର ସମ୍ଭାବନା ରହିଛି। ଚର୍ଚ୍ଚା ହେଉଛି ଯେ ବିଜେଡି ଟିକେଟ୍‌ ଆଶାୟୀ ଥିବା ଦୁଇ ନେତା ବିରୋଧୀ ଦଳ ସ˚ପର୍କରେ ଅଛନ୍ତି। ଜଣେ ବିଜେପି ଓ ଅନ୍ୟ ଜଣେ କ˚ଗ୍ରେସ ନେତୃବୃନ୍ଦଙ୍କ ସହିତ ଏହା ଭିତରେ ପ୍ରାଥମିକ ସ୍ତରରେ ଆଲୋଚନା କରି ସାରିଥିବା କୁହାଯାଉଛି। ଦଳ ଟିକେଟ୍‌ ନ ଦେଲେ ସେମାନେ ବିରୋଧୀ ଶିବିର ଯୋଗ ଦେଇପାରନ୍ତି। ତେଣୁ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି ସେମାନଙ୍କୁ ବିରୋଧୀ ଶିବିରକୁ ଛାଡ଼ିଦେବାକୁ ଚାହୁଁନାହିଁ। ବିଜେପି ଓ କ˚ଗ୍ରେସ ପ୍ରାର୍ଥୀ ଘୋଷଣା ଯାଏ ବୋଧହୁଏ ବିଜେଡି ଅପେକ୍ଷା କରିଛି। ଦୁଇ ବିରୋଧୀ ଦଳର ଘୋଷଣା ପରେ ଯାଇ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜନୈତିକ ମହଲ ଅନୁମାନ ଲଗାଉଛି। ସେପଟେ ବିଜେପି ବି ଅନୁରୂପ ଭାବେ ବିଜେଡି ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିବା କୁହାଯାଉଛି। କ˚ଗ୍ରେସ ଯେହେତୁ ଜିଲ୍ଳାରେ ଏଯାଏ ପାଞ୍ଚଟାଯାକ ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ, ତେଣୁ ଏକାବେଳେ ସବୁ ଘୋଷଣା କରିପାରେ।

ସମ୍ବନ୍ଧିତ ଖବର